Monday , December 6 2021
Breaking News
Home / ତାଜା ଖବର / ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ । ଯୁବକ ଜଣଙ୍କ ଭୁବନେଶ୍ୱର ବୋଲି ଜଣାଯାଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳେ ଯୁବକ ଜଣଙ୍କ ସ୍କୁଟିରେ ଆସିଥିଲେ । ହଠାତ୍ କାଠଯୋଡ଼ି ବ୍ରିଜ୍ ଉପରେ ସ୍କୁଟି ରଖି ନଦୀକୁ ଡେଇଁପଡିଥିଲେ । ନିକଟରେ ଯାଉଥିବା ସ୍ଥାନୀୟଲୋକ କିଛି କହିବା ପୂର୍ବରୁ ଯୁବକ ଜଣଙ୍କ ନଦୀକୁ ଡେଇଁପଡିଥିଲେ । ସମ୍ପୃକ୍ତ ଯୁବକଙ୍କ ଘର ଭୁବନେଶ୍ୱର ଖାରବେଳ ନଗରର ବୋଲି ସୂଚନା ମିଳିଛି । ଖବର ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ତେବେ ଗାଡି ରଖି କାଠଯୋଡ଼ି ପୋଲ ଉପରୁ ଦେଇୃଥିବା ଯୁବକ ଙ୍କ ନାମ ସପନ କୁମାର ବେହେରା । ବୟସ ୨୯ବର୍ଷ ଓ ତାଙ୍କ ଘର ଭୁବନେଶ୍ୱର ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୩ ବୋଲି ସୂଚନା ମିଳିଛି । ଖବର ପାଇ ସମ୍ପୃକ୍ତ ଯୁବକଙ୍କ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ ଆସି ପହଂଚିଛନ୍ତି । ସମ୍ପୃକ୍ତ ଯୁବକ ସପନ ଏକ କୋରିୟର କମ୍ପାନୀ ରେ କାମ କରୁଥିବା ବୋଲି ଜଣାଯାଇଛି । ଗତକାଲି ଘରେ କିଛି ପାରିବାରିକ କଳି କଜିଆ ଲାଗିଥିଲା ବୋଲି ଜଣାପଡ଼ିଛି । ଶେଷ ଖବର ଅନୁଯାୟୀ ସପନ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *