କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପରେ ଆହତ ମହିଳା କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଆହତଙ୍କ ସ୍ୱାସ୍ଥ୍ୟାଵସ୍ଥା ସ୍ଥିର ରହିଛି ।
ସୂଚନା ଅନୁସାରେ ପୁରୀ ନରେନ୍ଦ୍ରକୋଣ ଅଞ୍ଚଳର ଜିତେନ୍ଦ୍ର ସାହୁଙ୍କ ଘରକୁ ଗତକାଲି ରାତି ପାଖାପାଖି ୧୨ ଟା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇ ଦାଦାବଟି ମାଗିଥିଲେ । ଜିତେନ୍ଦ୍ର କବାଟ ନ ଖୋଲିବାରୁ ଗ୍ରିଲ ପଟେ ଦୁର୍ଵୃତ୍ତ ମାନେ ଗୁଳି ଚଳାଇଥିଲେ । ଜିତେନ୍ଦ୍ରଙ୍କ ସ୍ତ୍ରୀ ଶକୁନ୍ତଳା ଜିତେନ୍ଦ୍ରଙ୍କୁ ବଞ୍ଚେଇଵାକୁ ଯାଇ ଠେଲିଦେବାରୁ ତାଙ୍କ ଅଣ୍ଟାରେ ଗୁଳି ବାଜିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ସଦର ମେଡିକାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଗରୁ ସେହି ଦୁର୍ବୃତ୍ତ ମାନେ ଆସି ଦାଦାବଟି ମାଗୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଓଡ଼ିଶା ସମାଚାର