Sunday , November 28 2021
Breaking News
Home / ତାଜା ଖବର / ଦୁର୍ଦ୍ଧାନ୍ତ ଅପରାଧୀ ବିଜୁ ବେହେରାକୁ ପୋଲିସ ଏନକାଉଣ୍ଟର , ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି , ବାଇକ୍ ଜବତ

ଦୁର୍ଦ୍ଧାନ୍ତ ଅପରାଧୀ ବିଜୁ ବେହେରାକୁ ପୋଲିସ ଏନକାଉଣ୍ଟର , ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି , ବାଇକ୍ ଜବତ

ପୁରୀ, ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ପୁରୀ ନରେନ୍ଦ୍ରକୋଣରେ ମହିଳାଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ବିଜୁ ବେହେରାକୁ ପୋଲିସ ଏନକାଉଣ୍ଟର କରିଥିବା ଜଣାପଡ଼ିଛି । ଚନ୍ଦନପୁର ଥାନା ଗଙ୍ଗା ନାରାୟଣପୁରରେ ପୋଲିସ୍ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ବିଜୁ ଆହତ ହୋଇଛି । ବିଜୁର ବାମପଟ ଗୋଡରେ ଗୁଳି ବାଜିଥିବା ବେଳେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜୁକୁ ଧରିବା ପାଇଁ ପୋଲିସ ପକ୍ଷରୁ ଚାରୋଟି ଟିମ୍ ଗଠନ ହୋଇଥିଲା । ବିଜୁର ଆକ୍ରମଣରେ କୁମ୍ଭାରପଡା ଥାନାର ସବ୍ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ପଣ୍ଡା ଆହତ ହୋଇଥିବା ଜଣାପଡ଼ିଛି ।
ଏନ୍କାଉଣ୍ଟରସ୍ଥଳରୁ ପୁଲିସ ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି। ସେହିପରି ନରେନ୍ଦ୍ରକୋଣ ଗୁଳିମାଡ଼ ପରେ ଫେରାର ହେବାରେ ବ୍ୟବହୃତ ବାଇକ୍ କୁ ମଧ୍ୟ ପୁଲିସ ଜବତ କରିଛି।
ପୁଲିସ ସୂଚନା ଅନୁସାରେ ଚନ୍ଦନପୁର ଥାନା ଅଂଚଳର ଉରା ଗାଁର ସ୍ୱର୍ଗତ ବାହୁଡ଼ା ବେହେରାଙ୍କ ପୁଅ ବିଜୁ ବେହେରା ଓ ସୁରେନ୍ଦ୍ର ମୁଦୁଲିଙ୍କ ପୁଅ କାଳିଆ ମୁଦୁଲି ମଙ୍ଗଳବାର-ବୁଧବାର ମଧ୍ୟରାତ୍ରୀରେ ଆଇଟିଆଇ କଲେଜ ନିକଟ ନରେନ୍ଦ୍ରକୋଣ ଅଂଚଳର ଜିତେନ୍ଦ୍ର କୁମାର ସାହୁଙ୍କ ଘରକୁ ଆସିଥିଲେ। ଟଙ୍କା ବିବାଦକୁ ନେଇ ସେମାନେ ଜିତେନ୍ଦ୍ରଙ୍କୁ ଗୁଳି କରିଥିଲେ। ଜିତେନ୍ଦ୍ରକୁ ଗୁଳି କଲା ବେଳେ ଏହା ତାଙ୍କର ସ୍ତ୍ରୀ ଶକୁନ୍ତଳା ସାହୁଙ୍କ ଶରୀରରେ ବାଜିଥିଲା। ଶକୁନ୍ତଳା ଏବେ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣା ଦିନ ଅଭିଯୁକ୍ତ ମାନେ ମୋତିତୋଟା ଅଂଚଳର ଟୁନି ବେହେରା ଓ ତାଙ୍କର ପୁଅ କାର୍ତ୍ତିକ ବେହେରାଙ୍କୁ ଆକ୍ରମଣ କରିଥିଲେ।ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏସପି କେଭି ସିଂହଙ୍କ ନିର୍ଦ୍ଦେଶରେ ପୁଲିସ ୪ଟି ଟିମ ଗଠନ କରିଥିଲା। ଏହି ଟିମ୍ ରେ ଅତିରିକ୍ତ ଏସପି ମିହିର ପଣ୍ଡା, କୁମ୍ଭାରପଡ଼ା ଆଇଆଇସି, ଚନ୍ଦନପୁର ଓଆଇସି ଓ ବାସେଳି ସାହି ଆଇଆଇସି ଥିଲେ। କୁମ୍ଭାରପଡ଼ା ଆଇଆଇସି ବିଏନ୍ ସେଠୀଙ୍କ ନେତୃତ୍ୱରେ ପୁଲିସ ଟିମ୍ କୁ ସୂଚନା ମିଳିଥିଲା ଯେ, ବିଜୁ ବେହେରା ଚନ୍ଦନପୁର ଅଂଚଳରେ ଲୁଚି ରହିଛି। ଏହା ପରେ ପୁଲିସ ଟିମ୍ ଅତର୍କିତ ଭାବେ ଚଢ଼ଉ କରିଥିଲା। କିନ୍ତୁ ପୁଲିସ ଟିମ୍ କୁ ଦେଖି ବିଜୁ ବିଚଳିତ ହୋଇଯାଇଥିଲା। ପୁଲିସ ପ୍ରଥମେ ବିଜୁକୁ ଆତ୍ମସମର୍ପଣ କରିବାକୁ କହିଥିଲା। କିନ୍ତୁ ବିଜୁ ଏଥିରେ ରାଜି ହୋଇ ନଥିଲା। ବରଂ ଓଲଟା ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳି ବିଜୁର ବାମ ଗୋଡ଼ରେ ବାଜିଥିଲା। ଅନ୍ୟପଟରେ ବିଜୁର ଗୁଳିରେ କୁମ୍ଭାରପଡ଼ା ଟିମ୍ ର ଅନ୍ୟତମ ସଦସ୍ୟ ଏସ୍ଆଇ ଦିବ୍ୟ ରଂଜନ ପଣ୍ଡା ସାମାନ୍ୟ ଆହତ ହୋଇଛନ୍ତି। ଓଡ଼ିଶା ସମାଚାର

About admin

Check Also

ପୁଅର ଛୁରା ମାଡ଼ରେ ବାପା ଗୁରୁତର, ଅଭିଯୁକ୍ତ ପୁଅ ଗିରଫ

କନ୍ଧମାଳ,୨୫/୧୧ /୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯେଉଁ ବାପା ଦିନେ ପୁଅ କୁ ହାତ ଧରି ଚାଲିବା ଶିଖାଇଥିଲା ଆଉ …

Leave a Reply

Your email address will not be published. Required fields are marked *