Tuesday , May 30 2023
Breaking News
Home / ତାଜା ଖବର / ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ଦାଦାବଟିକୁନେଇ ମହିଳା ଙ୍କୁ ଗୁଳି ମାଡ଼

ପୁରୀ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- ଦାଦାବଟିକୁନେଇ ଗତକାଲି ବିଳମ୍ବିତ ରାତିରେ ପୁରୀରେ ଜଣେ ମହିଳାଙ୍କୁ ଗୁଳି ମାଡ଼ ହୋଇଛି । ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କୁମ୍ଭରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । କୁମ୍ଭାରପଡା ଥାନା ଅନ୍ତର୍ଗତ ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି। ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ମଧ୍ୟ ସେ ସକୁନ୍ତଳାଙ୍କୁ ଦାଦାବଟି ମାଗି ଝଗଡ଼ା କରିଥିଲା । ଗତକାଲି ମଧ୍ୟ ବଚସା ହୋଇଥିଲା ଓ ସେ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.