Monday , November 29 2021
Breaking News
Home / ବିଶେଷ / ତୁଲସୀ ମହିଳା କଲେଜରେ ସୂଚନା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର

ତୁଲସୀ ମହିଳା କଲେଜରେ ସୂଚନା ଅଧିକାର ଆଇନ ସମ୍ପର୍କିତ ସଚେତନତା ଶିବିର

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ତୁଳସୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଆଇ.କୁ୍ୟ.ଏ.ସି.ର ମିଳିତ ଆନୁକୂଲ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ରଞ୍ଜିତରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଆଇନଜୀବୀ ଚିତରଞ୍ଜନ ବେହେରା ଅତିଥି ଭାବରେ ଯୋଗଦେଇ ଏହି ଆଇନର ଉପଯୋଗିତା ଓ ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରିସୋର୍ସପର୍ସନ ଭାବେ ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଯୋଗଦେଇ କଲେଜର ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଏହି ଆଇନ ବଳରେ  ସୂଚନା ପାଇବା ପାଇଁ କିଭଳି ଆବେଦନ କରିବେ ଓ ସୂଚନା ପ୍ରାପ୍ତ ହେବେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଭିତିକ ସୂଚନା ପ୍ରଦାନ କରି ସଚେତନ କରାଇଥିଲେ । କଲେଜ ଜାତୀୟ ସେବା ଯୋଜନା ଅଧିକାରିଣୀ ପଦ୍ମଜା କବି ଶତପଥୀ ଅତିଥି ପରିଚୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ଶିବିରରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗିରଫ ହୋଇ ଜେଲ ଯିବା ପରେବି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନି

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ମନୋଜ କୁମାର ରାଉତଙ୍କ ନାମରେ ପଟ୍ଟାମୁଣ୍ଡାଇ …

Leave a Reply

Your email address will not be published. Required fields are marked *