କଟକ, ୨୦/୧୦/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ଗତିରାଉତପାଟଣା ପଥର ମୁଣ୍ଡେଇ ମଠ ନିକଟରେ ଚୋରା ବନ୍ଧୁକ କାରବାର କରାଯାଉଥିବା ସମ୍ପର୍କରେ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଚାଉଳିଆଗଂଜ ପୁଲିସ ସେଠାରେ ଚଢ଼ାଉ କରିଥିଲା । ପୋଲିସ ର ଚଢ଼ାଉ ରେ ଗୋଟିଏ ୭.୬୫ଏମଏମ ପିସ୍ତଲ,୩ ଟି (ସିକ୍ସର) ରିଭଲଭର,ଗୋଟିଏ ସିଙ୍ଗଲ ସଟ୍ , ୧୨ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟିଏ ବଜାଜ ପଲସର ,ଗୋଟିଏ ହିରୋହୋଣ୍ଡା ସ୍ପ୍ଲେଣ୍ଡର , ୫ ଟି ମୋବାଇଲ ଫୋନ୍ ଜବତ କରିବା ସହିତ ୪ ଜଣ ଙ୍କୁ ଗିରଫ କରିଥିଲେ । ସେମାନେ ହେଉଛନ୍ତି ଚାଉଳିଆଗଂଜ ଥଟାରୀ ସାହି ର ମାଗୁ ଆଲିଆସ୍ ସୌମେନ୍ଦନ୍ର ସାହୁ(୩୨),ଜଗତସିଂହପୁର ଜିଲା ତିର୍ତୋଲ
ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର କାଳିଆ ଆଲିଆସ ସେକ୍ ସାଜିଦ ଅଲୀ (୩୩),ବିରିଡ଼ି ଥାନା ଅନ୍ତର୍ଗତ ପାର୍ବତୀପୁରର ତିମିନା ଆଲିଆସ୍ ସୂଦର୍ଶନ ମଲିକ (୪୬) ଓ ବିରିଡ଼ି ଥାନା ଅନ୍ତର୍ଗତ ଶଙ୍କରପୁର ବାସୁଜେନା ସାହି ର ଡ଼େଙ୍ଗା ବୁଢ଼ା ଆଲିଆସ୍ ବାଦଲ କୁମାର ଜେନା (୫୭) । ଗିରଫ ହୋଇଥିବା ମାଗୁ ଆଲିଆସ୍ ସୌମେନ୍ଦନ୍ର ସାହୁ ନାମରେ ଚାଉଳିଆଗଂଜ ଥାନାରେ ୨ ଟି ଅପରାଧୀକ ମାମଲା ରହିଥିବାବେଳେ ଅନ୍ୟ ମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା ଡ଼ିସିପି ଙ୍କ ପକ୍ଷରୁ ଜାରି ପ୍ରେସ୍ ନୋଟ୍ ରେ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର
