Tuesday , August 9 2022
Breaking News
Home / ବିଶେଷ / କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କୋଭିଡ୍ କଟକଣା ପାଇଁ ଫିକା ପଡିଲା ପାରାଵିଲ୍ ଗଜଲକ୍ଷ୍ମୀ ପୂଜା, ପୁରୁଣା ମାଢିରେ ନୂଆ ମୂର୍ତ୍ତି

କଟକ ସଦର, ୨୦/୧୦/୨୧(ଓଡିଶା ସମାଚାର/ଵିଷ୍ଣୁ ବେହେରା): କଟକ ସଦର ଅଞ୍ଚଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୋଭିଡ କଟକଣା ଯୋଗୁଁ ଫିକା ପଡିଥିଵା ଦେଖାଯାଇଛି। ପ୍ରତିବର୍ଷ ଜାକଜମକରେ ହେଉଥିଵା ପୂଜା ମଣ୍ଡପ ଗୁଡିକରେ ମୃଣ୍ମୟୀ ମୂର୍ତ୍ତି ଓ ସାଜସଜ୍ଜା ଦେଖିଵାକୁ ଗ୍ରାମସାରା ପ୍ରଵଳ ଭିଡ ପରିଲକ୍ଷିତ ହୋଇଆସୁଥିଲା ଵେଳେ ଏଵେ ଗାଁ ପୁରା ଶୂନଶାନ ଜଣାପଡୁଛି।ପାଞ୍ଜି ଅନୁସାରେ ଗତକାଲି ମଙ୍ଗଳବାର ଗଜଲକ୍ଷ୍ମୀ ପୂଜା ର ଶୁଭାରମ୍ଭ କରାଯାଇ ଥିଵା ଵେଳେ ଆଜି ବୁଧବାର କୁମାର ପୂର୍ଣ୍ଣିମା ପାଳନ ହେଉଛି। ହିନ୍ଦୁ ଧର୍ମରେ ଆଶ୍ୱିନ ମାସର ଶରତ ପୂର୍ଣ୍ଣିମା କୁ କୁମାର ପୂର୍ଣ୍ଣିମା ଵା ଜାଗ୍ରତ ପୂର୍ଣ୍ଣିମା ଭାଵେ ପାଳନ କରାଯାଏ।ଏହି ଦିନ ଅନ୍ନଦାତ୍ରୀ ମା’ ଗଜଲକ୍ଷ୍ମୀ ଙ୍କ ପୂଜା କରାଯାଇ ଚନ୍ଦ୍ରଦର୍ଶନ କରାଯିଵାର ଵିଧି ଚଳିଆସୁଛି। କୁମାର ପୂର୍ଣ୍ଣିମା ଦିନ କୁମାରୀ ଝିଅମାନେ ପ୍ରତିଶ୍ୱରୁ ସ୍ନାହାନ ସାରି ନୂଆ ବସ୍ତ୍ର ପରିଧାନ କରି ସୂଯ୍ୟୈଦୟ ପୁର୍ଵରୁ ଅଣଉଦିଆ ଆଞ୍ଜୁଳି ଟେକି ସନ୍ଧ୍ୟାରେ ଚଉରାମୂଳେ ଚାନ୍ଦ ପୂଜା କରିଵା ସହ ପରିଵାରର ଶୁଭ ମନାସି ଥାଆନ୍ତି। ଏଥିସହିତ ଛିଅ ମାନେ ନିଜର ଜଣେ ଜଣେ ଭଲ ସାଙ୍ଗକୁ ଚାନ୍ଦ ଖୁଆଇ ଚାନ୍ଦ ଵା ମକର କରିଥାଆନ୍ତି। ଓଡିଶା ସମାଚାର

About admin

Check Also

ଜୁନାଗଡ଼ ହାତୀନଦୀରେ ବନ୍ୟା,ଚାଷ ଜମି ଜଳମଗ୍ନ

ଜୁନାଗଡ଼, ୦୯/୦୮/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଜାରିରହିଛି। ଏପରିସ୍ଥଳେ …

Leave a Reply

Your email address will not be published.