Monday , December 6 2021
Breaking News
Home / ବିଶେଷ / କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

କନ୍ଧମାଳ,୨୦/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) :ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତେ ନୂତନ ପୋଷାକ ପିନ୍ଧି ମଉଜ  ମସ୍ତିରେ ମସଗୁଲ ଥିଲାବେଳେ ଜିରିଂପଡା ସ୍ଥିତ ତିନି ଅନାଥ ପିଲାଙ୍କୁ ସାମାନ୍ୟ ଖୁସି କରାଇବା ପାଇଁ କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଚାଉଳ ୧ ପ୍ୟାକେଟ,ଡାଲି, ଅଟା, ବିସ୍କୁଟ, ସ୍କୁଲ ବ୍ୟାଗ, ବହି, ଖାତା, ପେନ, ପେନସିଲ, ରବର, ଟୋପି, ବେଡ଼ସିଟ, ଚଦର, ସାବୁନ, ସହାୟତା ପ୍ରଦାନ କରାଯାଇଛି  । କନ୍ଧମାଳ ମିଡ଼ିଆ ଫୋରମ ସଭାପତିଙ୍କ ସମ୍ମତ କ୍ରମେ ଉପସଭାପତି ଆଦିତ୍ୟ ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ୱରେ ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଶିବ ବିଶ୍ୱାଳ, କାର୍ଯ୍ୟକାରୀ ସଦସ୍ୟ ବୈଦ୍ୟନାଥ ନାୟକ ପ୍ରମୁଖ ସହଯୋଗ କରିଥିଲେ । ଫୋରମର ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ସନ୍ତୋଷ କୁମାର ଦିଗାଲ, ଶିବାନନ୍ଦ ପଟ୍ଟନାୟକ, ସତ୍ୟ ନାରାୟଣ ବେହେରା ପ୍ରମୁଖ ଆର୍ଥିକ ସହାୟତା କରିଥିଲେ । ଫୋରମର ସଦସ୍ୟ ଶିବ ନାୟକ ଓ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ସମ୍ପର୍କୀୟ ପରିବାର ଓ ସାହି ପଡୋଶୀ କନ୍ଧମାଳ ମିଡିଆ ଫୋରମକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଆଗାମୀ ଦିନରେ ଅନ୍ୟାନ୍ୟ କ୍ଷେତ୍ରରେ ଫୋରମ ତରଫରୁ ସାହାଯ୍ୟ କରାଯିବାକୁ ଉପଦେଷ୍ଟା ମାନେ କହିଥିଲେ । ପିଲାମାନଙ୍କୁ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସହାୟତା କରିବା ପାଇଁ ଫୋରମ ପକ୍ଷରୁ ଡିସିପିଓ ରଶ୍ମିତା କରନକୁ ଅନୁରୋଧ କରାଯିବା ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଫୋରମ ପକ୍ଷରୁ କରିବା ପାଇଁ ଶିବାନନ୍ଦ ପଟ୍ଟନାୟକ ପ୍ରକାଶ କରିଥିଲେ । ଓଡିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *