Saturday , August 20 2022
Breaking News
Home / ବିଶେଷ / ୧କେଜି ୧୦୦ ଗ୍ରାମ ଗଂଜେଇ ଜବତ, ଜଣେ ଗିରଫ

୧କେଜି ୧୦୦ ଗ୍ରାମ ଗଂଜେଇ ଜବତ, ଜଣେ ଗିରଫ

କଟକ, ୧୯/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋଠମୁହାଣ ଗ୍ରାମର ସୁରେନ୍ଦ୍ର ପାଲ ନାମକ ଜଣେ ଚୋରା ଗଂଜେଇ ବେପାରୀ ଏକ ବସ୍ତା ଗଂଜେଇ ସହ ଓଡ଼ି-୦୪ଏନ୍ ୭୩୮୦ ନମ୍ବର ଥିବା ଆକ୍ଟିଭା ସ୍କୁଟିରେ ଟାଙ୍ଗି ରୁ ଗୋପିନାଥପୁର ବାଟେ ପାଗା ଯାଉଥିବା ଜଗତପୁର ଥାନା ଆଇଆଇସି କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଗା ପୋଲିସ ଆଉଟପୋଷ୍ଟ ର ଆର କେ ବଳ ଓ ପୋଲିସ କର୍ମଚାରୀଙ୍କୁ ଖବର ଦେଇଥିଲେ । ଏହି ଖବର ପାଇ ଗୋପିନାଥପୁର ଠାରେ ସମ୍ପୃକ୍ତ ଚୋରା ଗଂଜେଇ ବେପାରୀ କୁ ଅଟକାଇ ତା ଠାରୁ ୧କେଜି ୧୦୦ ଗ୍ରାମ ଗଂଜେଇ ଓ ଆକ୍ଟିଭା ସ୍କୁଟି କୁ ଜବତ କରିବା ସହିତ ସୁରେନ୍ଦ୍ର ପାଲଙ୍କୁ ଗିରଫ କରିଥିଲେ । ଆର କେ ବଳ ଙ୍କ ରିପୋର୍ଟ ପାଇବା ପରେ ଏକ ମାମଲା ରୁଜୁ କରାଯାଇ ଶ୍ରୀ କେଏନ ବେହେରା ଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ସମ୍ପୃକ୍ତ ସୁରେନ୍ଦ୍ର ପାଲ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.