Tuesday , August 16 2022
Breaking News
Home / ରାଜନୀତି / ସଵୁ ଆଶାୟୀ ଧରାଶାୟୀ,କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଵେ ବିଷ୍ଣୁପ୍ରିୟା

ସଵୁ ଆଶାୟୀ ଧରାଶାୟୀ,କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ହେଵେ ବିଷ୍ଣୁପ୍ରିୟା

କଟକ ସଦର, ୧୯/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଚିଠା ତାଲିକା ପ୍ରକାଶନ ପରେ ଵହୁ ଆଶାୟୀ ତୁଙ୍ଗ ନେତାମାନଙ୍କ ଆଶା ଧୂଳି ସାତ ହୋଇଥିଵା ଵେଳେ ସେଥି ମଧ୍ୟରୁ କିଛି ନେତା ନିଜର ସମ୍ପର୍କିୟାଙ୍କୁ ଅଧ୍ୟକ୍ଷା କରିଵାକୁ ପାଗ ଭିଡି ଥିଲେ।ହେଲେ ଏହି ଆସନରେ ଗତିରାଉତପାଟଣାର ପୂର୍ଵତନ ସରପଞ୍ଚ ତଥା ବିଭୂତି ଭୂଷଣ ରାଉତ ଟ୍ରଷ୍ଟ ର ଅଧ୍ୟକ୍ଷ ଵିକ୍ରମ ରାଉତଙ୍କ ମା ବିଷ୍ଣୁପ୍ରିୟା ରାଉତ ପ୍ରାର୍ଥୀ ହେଉଥିଵା ଜଣାପଡିଵା ପରେ ଅନ୍ୟ ଆଶାୟୀ ମାନେ ଧରାଶାୟୀ ହେଵା ସହିତ ସଵୁ କଳ୍ପନା ଜଳ୍ପନାର ଅଵସାନ ଘଟିଵାକୁ ଯାଉଛି ଵୋଲି ଚର୍ଚ୍ଚା ଯୋର ଧରିଛି। ଆଗାମୀ ଦିନରେ ଏହି କଳ୍ପନା ଜଳ୍ପନାର ସତ୍ୟତା ଲୋକଲୋଚନକୁ ଆସିଵ ଵୋଲି ପ୍ରାକ୍ ନିର୍ବାଚନ ସର୍ବେକ୍ଷଣରୁ ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ହେଲେ ସୁରେଶ ମହାପାତ୍ର

କଟକ ସଦର, ୧୨/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଆଜି (ଶୁକ୍ରବାର) କଟକ …

Leave a Reply

Your email address will not be published.