କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସାରା ଦେଶରେ ସୋମବାର ଦିନ ଦିବା ୧୦ଘଟିକାରୁ ୪ଟା ପର୍ଯ୍ୟନ୍ତ ରେଳରୋକ ପାଇଁ ଆହ୍ୱାନ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ରେଳଷ୍ଟେସନ ନିକଟରେ ବିଭିନ୍ନ କୃଷକ ସଂଗଠନ, ବିଭିନ୍ନ ରାଜନୈତିକ ଦଳ ଓ ଅନ୍ୟାନ୍ୟ ଗଣ ସଂଗଠନ ପକ୍ଷରୁ ମାଲବାହୀ ରେଳକୁ ରୋକାଯାଇଥିଲା । ଉତରପ୍ରଦେଶ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ତଦନ୍ତରେ ନିରପେକ୍ଷତା ପାଇଁ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ୍ର କରିବା, ଏହି ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା, ୩ଟି କଳା କୃଷି ଆଇନକୁ ବାତିଲ କରିବା, ସମସ୍ତ କୃଷିଜାତ ପଦାର୍ଥର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ଆଇନଗତ ବ୍ୟବସ୍ଥା କରିବା, ପେଟ୍ରୋଲଜାତ ପଦାର୍ଥର ଆକାଶଛୁଆଁ ଦରବୃଦ୍ଧି ହେତୁ କେନ୍ଦ୍ରୀୟ ଟୀକସ ପ୍ରତ୍ୟାହାର କରିବା ଓ ନରେନ୍ଦ୍ର ମୋଦୀ ସରକାର ରାଷ୍ଟ୍ରୀୟ ସମ୍ପତିକୁ ଶାଗମାଛ ଦରରେ ବିକ୍ରୀରୁ ନିବୃତ ରହିବା ଦାବିରେ ଦେଶବ୍ୟାପି ରେଳରୋକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ରାପଡାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଏହି ଆନ୍ଦୋଳନରେ ଜିଲ୍ଲା ଆବାହକ ଗୟାଧର ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ଦାସ, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ଅନ୍ୟତମ ଆବାହକ ଆଦିକନ୍ଦ ରାଉଳ, ସିଆଇଟିୟୁ ଆବାହକ ଜଗତଜୀବନ ଦାଶ, ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, କିଷାନ କଂଗ୍ରେସ ସଭାପତି ନାରାୟଣ ପରିଡା, ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତର, କର୍ମଚାରୀ ନେତା ନରୋତମ ପାର୍ଥସାରଥୀ, ଏଆଇକେଏସ ଜିଲ୍ଲା ଆବାହକ ପଦ୍ମନାଭ ଦାସ, ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ମାଧବ ଦାସ, ହିବଜୁର ରହେମାନ, ସମ୍ବିତ ଶ୍ରୀଚନ୍ଦନ, ଦଳିତ ନେତା ନଗେନ୍ଦ୍ର ଜେନା, ନିରଞ୍ଜନ ପରିଡା, ଭାଗିରଥୀ ଜେନା, ବିକାଶ ବେଉରା, ସୀତାକାନ୍ତ ନାୟକ, ସୁହାନା ବେଗମ, ଜ୍ୟୋତି ପ୍ରକାଶ ସେଠୀ, ସୁରେଶ ଚନ୍ଦ୍ର ଭୋଳ, ଜ୍ଞାନରଞ୍ଜନ ସାହୁ, ଦିବାକର ସାହୁ, ଦାମୋଦର ମଳିକ, ଅପର୍ତୀ ସେଠୀ, କମଳାକାନ୍ତ ବେହେରା, ନଗର ଯୁବ କଂଗ୍ରେସ ସଭାପତି ଅମୀର ଅହମ୍ମଦ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ଓଡ଼ିଶା ସମାଚାର