Monday , November 29 2021
Breaking News
Home / ବିଶେଷ / ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ୨୨ରେ

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ୨୨ରେ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ  । ସେଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଂଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ।ଏଥିପାଇଁ ଜିଲ୍ଲାର ୨୬ ବ୍ଲକରେ ପ୍ରସ୍ତୁତି ଜୋର ଧରିଛି । ଗସ୍ତବେଳେ ପ୍ରାୟ ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି  । ସ୍ମାର୍ଟ ହେଲଥ୍ କାର୍ଡ ବଂଟନ କରି ସିଧାସଳଖ ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି  । ବିଜେପିର ବେଶ୍ ପ୍ରଭାବ ଥିବା ଏ ଜିଲ୍ଲାରେ ପଂଚାୟତ ଭୋଟକୁ ନିଜ ସପକ୍ଷରେ ନେବାକୁ ଦଳର ବହୁ ବିଧାୟକ ଓ ମନ୍ତ୍ରୀ ଆଗୁଆ ମୟୂରଭଞ୍ଜ ଯାଇ ପ୍ରସ୍ତୁତି ତଦାରଖ କରିବା ଉପରେ ଜୋର୍ ଦିଆଯାଇଛି । ଡିସେମ୍ବର ଶେଷ ସପ୍ତାହରେ ପଂଚାୟତ ଭୋଟ୍ ପାଇଁ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି  । ତେଣୁ ତା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାୟ ସବୁ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ୨୦୧୭ ତ୍ରିସ୍ତରୀୟ ପଂଚାୟତ ଭୋଟରେ ମୟୂରଭଞ୍ଜରେ ବିଜେପି ବେଶ୍ ଭଲ ପ୍ରଦର୍ଶନ କରିଥିଲା । ୨୦୧୯ରେ ବିଜେଡି ଆଶାନୁରୂପକ ଫଳ ପାଇନି । ଏହାକୁ ଦୃଷ୍ଟିରେ ରଖି ବିଜେଡି ଏଥର ଭଲ ଫଳ ପାଇବାକୁ ଆଗୁଆ ସବୁପ୍ରକାର ପ୍ରସ୍ତୁତି ଚଳାଇଛି । ଓଡ଼ିଶା ସମାଚାର

About admin

Check Also

ଶ୍ରମିକ ମାନଙ୍କ ସମସ୍ୟା କୁ ନେଇ   ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ  ଧର୍ମଗଡ ବିଡ଼ିଓ ଙ୍କୁ ୪ ଦଫା  ଦାବି ପତ୍ର ପ୍ରଦାନ

କଳାହାଣ୍ଡି ,୨୯/୧୧/୨୦୨୧(ଓଡ଼ିଶା ସମାଚାର /ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆଜି ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା କୁ …

Leave a Reply

Your email address will not be published. Required fields are marked *