Monday , November 29 2021
Breaking News
Home / ବିଶେଷ / ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

ମାଟି ତଳୁ ଉଦ୍ଧାର ସୁନା ଚେନ୍ ଓ ପାଉଁଜି ମମିତାଙ୍କର , ଫେରାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ

କଳାହାଣ୍ଡି ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ତଦନ୍ତ ରେ ଅଗ୍ରଗତି ଘଟିଛି । ମହାଲିଙ୍ଗ୍ ଷ୍ଟାଡିୟମ୍ ମାଟି ତଳୁ ଉଦ୍ଧାର ହୋଇଥିବା ସୁନା ଚେନ୍ ଓ ପାଉଁଜି ମମିତାଙ୍କର ବୋଲି ମହାଲିଙ୍ଗ କେଗାଁ ଥାନାରେ ମମିତାଙ୍କ ବଡବାପା କୌଶିକ ମେହେର ଚିହ୍ନଟ କରିଛନ୍ତି। ମମିତା ମେହେରଙ୍କୁ ହତ୍ୟା ପରେ ପୋଡି ଦେଇ ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି । ଅନ୍ୟ ପକ୍ଷରେ ଏହି ଘଟଣାରେ ମୋଷ୍ଟ ୱାନଟେଡ଼୍ ତଥା ପୋଲିସ ହାଜତରୁ ଫେରାର ହୋଇଯାଇଥିବା ସ୍କୁଲ ସଭାପତି ଗୋବିନ୍ଦ ସାହୁ ଙ୍କୁ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି । ଏ ସମ୍ପର୍କରେ ଟୁଇଟର ମାଧ୍ୟମରେ ବଲାଙ୍ଗୀର ଏସପି ସୂଚନା ଦେଇଛନ୍ତି । ତାଙ୍କ ସମ୍ପର୍କରେ ପ୍ରଥମେ ୨୦ ହଜାର ଟଙ୍କାର ଓ ପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ସେ ତାଙ୍କ ସାନ ଭଉଣୀ ଗାଁ ର ଏକ ଆଖୁ କିଆରୀ ରେ ଲୁଚିଥିବା ସନ୍ଦେହ କରି ଗ୍ରାମବାସୀଙ୍କ ଠାରୁ ସୂଚନା ପାଇଁ ପୋଲିସ ତାକୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।
ଏଠାରେ ସୂଚନା ଯୋଗ୍ୟ ଯେ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୨ ଦିନ ପରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା । ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ବେକ ଚେନ୍ ,ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ଜବତ କରାଯାଇଛି । ସେସବୁ ମମିତାଙ୍କର ବୋଲି ପରିବାରଲୋକ ଚିହ୍ନଟ କରିଛନ୍ତି । ଆବଶ୍ୟକ ପଡିଲେ ଜବତ ହାଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।
ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖଠାରୁ ନିଖୋଜ ଥିଲେ । ପରିବାରଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ମାମଲା ରୁଜୁ କଲେ । ୧୪ ତାରିଖ ଦିନ ପୋଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୋଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।
ଅନ୍ୟ ପଟେ ରାଜଧାନୀରେ ଏହାର ଉଷ୍ମତା ପ୍ରକାଶ ପାଇଛି । ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଅଣ୍ଡା, ଢ଼େଳା ପଥର ମାଡ଼ ହୋଇଛି । ବିଭିନ୍ନ ରାଜନୈତିକ ଦଳ ବର୍ତମାନ ଆଗକୁ ଆସି ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ଶୋଭାଯାତ୍ରା କରାଗଲାଣି । ବର୍ତମାନ ଦିବ୍ୟଶଙ୍କର ମିଶ୍ରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ଓଡ଼ିଶା ସମାଚାର

About admin

Check Also

ଗିରଫ ହୋଇ ଜେଲ ଯିବା ପରେବି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନି

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ମନୋଜ କୁମାର ରାଉତଙ୍କ ନାମରେ ପଟ୍ଟାମୁଣ୍ଡାଇ …

Leave a Reply

Your email address will not be published. Required fields are marked *