Saturday , August 20 2022
Breaking News
Home / ତାଜା ଖବର / ମାଟି ଖୋଳି ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ୍ – ତାହା ନିଖୋଜ ଅଧ୍ୟକ୍ଷା ଙ୍କର କି ଅନ୍ୟ କାହାର ଜଣାପଡ଼ିନାହିଁ

ମାଟି ଖୋଳି ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ୍ – ତାହା ନିଖୋଜ ଅଧ୍ୟକ୍ଷା ଙ୍କର କି ଅନ୍ୟ କାହାର ଜଣାପଡ଼ିନାହିଁ

କଳାହାଣ୍ଡି,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ନିଖୋଜ ଘରୋଇ କଲେଜ ଅଧ୍ୟକ୍ଷା ମମତା ମେହେର ଙ୍କ ପତା ପାଉନି ପୋଲିସ୍ । ଗତକାଲି ରାତିରୁ ସମ୍ପୃକ୍ତ ଘରୋଇ କଲେଜକୁ ପୋଲିସ ଛାଉଣୀ ରେ ପରିଣତ କରାଯାଇଛି । ଆଜି ସକାଳେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ କଲେଜ ନିକଟରେ ପହଂଚି ଥିଲେ । କଲେଜ ପଡ଼ିଆର ଦକ୍ଷିଣ – ପୂର୍ବ କୋଣରେ ଏକ ସ୍ଥାନରେ ନିଖୋଜ ଅଧ୍ୟକ୍ଷା ମମତା ମେହେର ଙ୍କୁ ମାଟି ତଳେ ପୋତାଯାଇଥିବା ସନ୍ଦେହ କରାଯାଇ ଜେସିବି ସାହାଯ୍ୟରେ ମାଟି ଖୋଳାହିବା ପରେ ମାଟି ତଳୁ ଏକ ଗଳିତ ମୃତ ଦେହ ଉଦ୍ଧାର କରାଯିବା ସହ ଏକ ପାଉଁଜି, ଏକ ବେକର ଚେନ୍  ଓ କିଛି ପୋଡ଼ା ଅଂଶ ଉଦ୍ଧାର କରାଯାଇଛି । ସେହି ଜିନିଷ ଗୁଡ଼ିକୁ ପରୀକ୍ଷା କରିବା ପାଇଁ ପଠାଯିବ ବୋଲି ଜଣାପଡ଼ିଛି । ବର୍ତମାନ ଏହି ପଡ଼ିଆକୁ ଘେରାବନ୍ଦୀ କରି ରଖାଯାଇଛି । ନିଖୋଜ ଅଧ୍ୟକ୍ଷା ମମତା ମେହେର ଙ୍କ ମା ସେଠାରେ ପହଂଚିଛନ୍ତି । ଗଳିତ ମୃତ ଦେହକୁ ତାଙ୍କ ମା ଚିହ୍ନଟ କରିପାରନ୍ତି । ଓଡ଼ିଶା ସମାଚାର

 

 

About admin

Check Also

କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଆମପାଣି  ଘାଟିରେ  ଟ୍ରକ୍ ଓ ବସ୍ ମୁହାମୁହିଁ ଧକ୍କା , ଦୁଇଜଣ ଗୁରୁତର ଆହତ

କଳାହାଣ୍ଡି , ୧୯/୦୮/୨୦୨୨(ଓଡ଼ିଶା ସମାଚାର / ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା  ଓ ନବରଙ୍ଗରପୁର ଜିଲ୍ଲା ସୀମାନ୍ତ ଆମପାଣି ଘାଟିରେ …

Leave a Reply

Your email address will not be published.