Friday , September 29 2023
Breaking News
Home / ତାଜା ଖବର / ମାଟି ଖୋଳିବ ପୋଲିସ୍ – ଘେରାବନ୍ଦୀରେ ସ୍କୁଲ ପଡ଼ିଆ

ମାଟି ଖୋଳିବ ପୋଲିସ୍ – ଘେରାବନ୍ଦୀରେ ସ୍କୁଲ ପଡ଼ିଆ

କଳାହାଣ୍ଡି,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ନିଖୋଜ ଘରୋଇ କଲେଜ ଅଧ୍ୟକ୍ଷା ମମତା ମେହେର ଙ୍କ ପତା ପାଉନି ପୋଲିସ୍ । ଗତକାଲି ରାତିରୁ ସମ୍ପୃକ୍ତ ଘରୋଇ କଲେଜକୁ ପୋଲିସ ଛାଉଣୀ ରେ ପରିଣତ କରାଯାଇଛି । ସକାଳେ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ମାଜିଷ୍ଟ୍ରେଟ କଲେଜ ପରିସରରେ ପହଂଚିସାରିଛନ୍ତି । କଲେଜ ପରିସର ପଡ଼ିଆରେ ନିଖୋଜ ଅଧ୍ୟକ୍ଷା ମମତା ମେହେର ଙ୍କୁ ମାଟି ତଳେ ପୋତାଯାଇଥିବା ସନ୍ଦେହ କରାଯାଉଛି । ଆଉ କିଛି ସମୟ ପରେ ସ୍କୁଲ ପଡ଼ିଆ ର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମାଟି ଖୋଳାଯିବାର ଶୁଣାଯାଉଛି । ଏହି ପଡ଼ିଆକୁ ଘେରାବନ୍ଦୀ କରି ରଖାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *