ଭୁବନ,୧୯/୧୦/୨୦୨୧(ଓଡ଼ିଶା ସମାଚାର)-ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ରେ ଦୁଇଜଣ ପୁରାତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଛାତ୍ରୀ ଡଃ ଲିନାଶ୍ରୀ ଦଳବେହେରା,ଯେ କି ସଂପ୍ରତି କଲିକତାସ୍ଥିତ ଭାରତୀୟ ଭୂବିଜ୍ଞାନ ସର୍ବେକ୍ଷଣ କେନ୍ଦ୍ର ଠାରେ ବରିଷ୍ଠ ଭୂତତ୍ୱବିତ ଭାବେ କାର୍ଯ୍ୟରତ । ଲିନାଶ୍ରୀ ହଜାର ହଜାର ବର୍ଷର ଡାଇନୋସର ଜୀବାଶ୍ମ ଆବିଷ୍କାର କରି ସାରା ଦେଶରେ ପ୍ରଶଂସାର ପାତ୍ରୀ ହୋଇଛନ୍ତି । ଅନ୍ୟ ଜଣେ ଛାତ୍ରୀ ଦିପ୍ତୀଜ୍ୟୋତ ପଟ୍ଟନାୟକ ସଂପ୍ରତି ମାଇଣ୍ଡ ଫାୟାର ସଲ୍ୟୁସନରେ ବରିଷ୍ଠ ସଫ୍ଟଓୟାର ଇଂଜିନିୟର ଭାବେ କାର୍ଯ୍ୟରତ । ଦିପ୍ତୀ ଆଇ.ଏ.ଡବ୍ଲୁ୍ୟ.ଏ ଦ୍ୱାରା ସୁପର ମଡେଲ ୨୦୨୦ ର ମୁକୁଟ ଜିତି ମହାବିଦ୍ୟାଳୟ ପାଇଁ ସୁନାମ ଓ ଗୌରବ ଆଣିଦେଇଥିବାରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର,ପୁରାତନ ଛାତ୍ର ସଂଘର ସଭାପତି ଆଡଭୋକେଟ ବିନୋଦ କଅଁର ମଂଚାସୀନ ହୋଇ ଛାତ୍ରୀଦ୍ୱୟ ଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତରୋତର ଉନ୍ନତି କାମନା କରିଥିଲେ । ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ବେହେର.ଗ୍ରନ୍ଥାଗାରିକ ନନ୍ଦକିଶୋର ଧୀର ମାନପତ୍ର ପାଠ କରିଥିଲେ । ଅଧ୍ୟାପିକା ସୁଶ୍ରୀ ଶ୍ରାବଣୀ ଅଳ୍ପନା ,ସୌମ୍ୟାଶ୍ରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଦୁଇ ପୁରାତନ ଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ,ପ୍ରଶଂସା ପତ୍ର , ଉପହାର ଓ ସ୍ନେହାର୍ଶୀବାଦ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର