ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ ରୋଡ୍ ହୋଟେଲ ପିଙ୍କ୍ ହାଉସ୍ ପଛପଟ ଓ କାମେଲିଆ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ ଦୁଇ ଜଣ ପର୍ୟ୍ୟଟକ। ସେମାନେ ହେଉଛନ୍ତି ସଂଯୁ ଭଟାଚାର୍ଯ୍ୟ ଓ ଅନୁପମ ମଣ୍ଡଳ । ଅସାବଧାନତା ବଶତଃ ଉଭୟ ସମୁଦ୍ରରେ ଭାସିଯାଇଥିଲେ । ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତର ଅବସ୍ଥାରେ ସଂଯୁ ଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନୁପମ ମଣ୍ଡଳ ନାମକ ଅନ୍ୟ ଜଣେ ପର୍ୟ୍ୟଟକ ନିଖୋଜ ଅଛନ୍ତି। ଓଡ଼ିଶା ସମାଚାର