ନିଶ୍ଚିନ୍ତକୋଇଲି, ୧୯/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- କଟକ ସଦର ନିର୍ବାଚନ ମଣ୍ଡଳୀ ର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଥିବା ୧୪ଟି ପଞ୍ଚାୟତ ବିଜୁ ଜନତାଦଳ ର କାର୍ୟ୍ୟକର୍ତ୍ତା ମାନଙ୍କର ବୈଠକ ନେମାଳ ବିଜୁ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି କାର୍ୟ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକ ରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେଉପଯୁକ୍ତ ପ୍ରାଥୀ ଚୟନ ଓ ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ ଦ୍ୱାରା ଜନସାଧାରଣ ଙ୍କ ନିକଟତର ହେବାକୁ ଶ୍ରୀ ନାୟକ ମତରଖିଥିଲେ । ନିର୍ବାଚନ ସମୟ ଆସିଯାଇଥିବାରୁ କେତେକ ବ୍ୟକ୍ତି ପଞ୍ଚାୟତ ମାନଙ୍କରେ ନିଜର ଫଟୋ ଲଗାଇ ବ୍ୟାନର ମାନ ଝୁଲାଇ ଥିବାରୁ ତାହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତି ବୋଲି କାର୍ୟ୍ୟକାରୀ ସଭାପତି ଶ୍ରୀ ନାୟକ ସ୍ପଷ୍ଟ ସୂଚନା ଦେଇଥିଲେ । ଠିକଣା ସମୟରେ ପଂଚାୟତ ମାନଙ୍କ ରେ ବୈଠକ କରାଯାଇ ପ୍ରାର୍ଥୀ ଚୟନ କରାଯିବ । ଅନ୍ୟ ପକ୍ଷରେ ଦଳ ର ନିଷ୍ପତ୍ତି ଓ ଆଚରଣ ସଂହିତା କୁ ଅବମାନନା କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର