Saturday , August 13 2022
Breaking News
Home / ବିଶେଷ / ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହରରେ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନ ବେସ ତତ୍ପର ହୋଇ ଉଠିଥିବା ଦେଖାଯାଇଛି ।  ରବିବାର ଠାରୁ ସହରରେ ରାତି୍ରକାଳୀନ କର୍ଫୁ୍ୟ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ କରାଯାଇଛି । ସୋମବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ  ଫ୍ଲାଗ ମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି । ଏହି ଫ୍ଲାଗମାର୍ଚ୍ଚରେ ଟାଉନ୍ ଥାନା ଅଧିକାରୀ  ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସମେତ  ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ଥିଲେ । କେନ୍ଦ୍ରାପଡ଼ାକୁ ଗଜଲକ୍ଷ୍ମୀ ପୂଜା ପାଇଁ ୨୨ ପ୍ଲାଟୁନ୍ ପୋଲିସ ଫୋର୍ସ ଆସିଥିବା ସୂଚନା ମିଳିଛି । ଦୁଇଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ହରିଶ ଚନ୍ଦ୍ର ପାଣ୍ଡେ, ଇନ୍ଦ୍ରମଣି ବେହେରା ପୋଲିସ ଫୋର୍ସ ସହ ସହରର ବିଭିନ୍ନ ସ୍ଥାନରେ ପଇଁତରା ମାରୁଛନ୍ତି । ଆରକ୍ଷୀ ଅଧୀକ୍ଷକ ସନ୍ଦୀପ ସମ୍ପଦ ମଡ଼କର ଆଇନ୍ଶୃଙ୍ଖଳା ପରିସ୍ଥିତିର ତଦାରଖ କରୁଛନ୍ତି । ଗଜଲକ୍ଷ୍ମୀ ପୂଜା ପାଇଁ ସହରରେ  ୮ଜଣ ଉପଆରକ୍ଷୀ ଅଧିକ୍ଷକ, ୨୫ ଜଣ ଆରକ୍ଷୀ ନୀରିକ୍ଷକ, ୨ଶହ ପୋଲିସ କନେଷ୍ଟବଳ, ୨୨ ଜଣ ଉପଆରକ୍ଷୀ ନୀରିକ୍ଷକ, ୩୦ଜଣ ସହକାରୀ ଉପ ଆରକ୍ଷୀ ନୀରିକ୍ଷକ, ୨ପ୍ଲାଟୁନ ର୍ୟାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି । ସେହିପରି ରିଜର୍ଭ ଇନ୍ସପେକ୍ଟର ହେମନ୍ତ କୁମାର ଦାସ ପୋଲିସ ବଳକୁ ପରିଚାଳନା କରୁଛନ୍ତି । ବିଭିନ୍ନ ଛକ  ଓ ଭିଡ଼ ସ୍ଥାନମାନଙ୍କରେ ପୋଲିସ ଫୋର୍ସ  ପଇଁତରା ମାରୁଛନ୍ତି । ପ୍ରତି ପୂଜା ମଣ୍ଡପ ନିକଟରେ ପୋଲିସ ଫୋର୍ସ ମେଢକୁ ଜଗି ରହିଛନ୍ତି । କେନ୍ଦ୍ରାପଡା ସହରରେ ଶାନ୍ତି ଶୃଙ୍ଖଳାର ସହିତ ଗଜଲକ୍ଷ୍ମୀ ପୂଜା  ସମାପନ ପାଇଁ ଆମେ ପ୍ରୟାସ କରୁଛୁ ବୋଲି କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.