କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରରେ ଗଜଲକ୍ଷ୍ମୀ ପୂଜାର ପ୍ରଥମ ଓ ଶେଷଦିନ କୋଭିଡ କଟକଣାକୁ କୋହଳ କରାଯିବା ନିମନ୍ତେ ପୂଜକମାନଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ସୋମବାର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ଧର୍ମଶାସ୍ତ୍ର ର ବିଧିବ୍ୟବସ୍ଥା ଅନୁଯାଇ ବହୁକାଳରୁ ପାଳିତ ହୋଇଆସୁଛି । ଚଳିତବର୍ଷ ପଞ୍ଜିକାରମାନଙ୍କ ନିର୍ଣ୍ଣାୟାନୁଯାୟୀ ମଙ୍ଗଳବାର ତା ୧୯.୧୦.୨୦୨୧ରିଖରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ । ସେଦିନ ସନ୍ଧ୍ୟା ୭ଟା ୯ମିନିଟ ଠାରୁ ପୂର୍ଣ୍ଣିମା ତିଥି ଆସୁଛି । ଏହାପରେ ଶୁଭ ମୁହୁର୍ତରେ କଳସାଧିବାସ ଆରମ୍ଭ କରି ପୂଜା ବ୍ୟବସ୍ଥା କରିବା ସମୟ ସାପେକ୍ଷ ହୋଇଥିବାରୁ ପ୍ରଶାସନ ଦ୍ୱାରା ଘୋଷିତ କୋଭିଡ କଟକଣାର ରାତ୍ରିକାଳୀନ କର୍ଫୁ ସମୟ ଆରମ୍ଭ ହେବା ପୂର୍ବରୁ ପୂଜା ସାରିବା ସମ୍ଭବ ନୁହେଁ । ଏଥିସହିତ ଗଜଲକ୍ଷ୍ମୀ ପୂଜା ଶେଷଦିନ ଅର୍ଥାତ ବିଷର୍ଜନ ଦିନ ମଧ୍ୟ ଉକ୍ତ ସମୟସୀମା ମଧ୍ୟରେ ପୂଜା ଶେଷ କରିବା ସମ୍ଭବ ନୁହେଁ । ତେଣୁ ଉଭୟ ପୂଜାର ପ୍ରଥମ ଦିନ ଏବଂ ଶେଷ ଦିନ ଦୁଇଦିନ ପାଇଁ କୋଭିଡ କଟକଣାକୁ ପାଳନ କରାଯିବା ସହିତ ସମୟସୀମାକୁ କୋହଳ ନିମନ୍ତେ ନରହରି ପତି, ପୂର୍ଣ୍ଣଚନ୍ଦ୍ର ପତି, ଚିରଞ୍ଜନ କର, ହେମନ୍ତ କୁମାର କର, ଶକ୍ତିମୟ ଷଡଙ୍ଗୀ, ଉମାଶଙ୍କର ପତି ପ୍ରମୁଖ ପୂଜକମାନେ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
