Monday , November 29 2021
Breaking News
Home / ବିଶେଷ / ଓଡିଶା ଗୋ ପ୍ରେମୀ ସାମୁହିକ ସଙ୍ଗଠନ ଆଇନ ବିଭାଗର ଚତୁର୍ଥ ବାସ୍ତବ ବୈଠକ

ଓଡିଶା ଗୋ ପ୍ରେମୀ ସାମୁହିକ ସଙ୍ଗଠନ ଆଇନ ବିଭାଗର ଚତୁର୍ଥ ବାସ୍ତବ ବୈଠକ

ଭୁବନେଶ୍ୱର,୧୯/୧୦/୨୦୨୧(ଓଡ଼ିଶା ସମାଚାର)- ଗୋ ରକ୍ଷା ଆଇନ ବିଭାଗ ଏହାର ଚତୁର୍ଥ ବାସ୍ତବ ବୈଠକ ଗୁଗୁଲ୍ ମିଟ ମାଧ୍ୟମରେ ଆୟୋଜନ କରିଛି  । ଆଗାମୀ ଦୁଇ ମାସର ଚର୍ଚ୍ଚାର ବିଷୟବସ୍ତୁ ଗୁଡିକୁ ସ୍ଥିରିକୃତ କରି ଗୋ ସମ୍ପଦ ବୃଦ୍ଧି ଓ ଏହାର ରକ୍ଷାକୁ ନେଇ ସଙ୍ଗଠନର ରାଜ୍ୟ ବ୍ୟାପି ଓକିଲ ବନ୍ଧୁ ଓ ଗୋ ପ୍ରେମୀ ସଙ୍ଗଠନର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ୱାରା ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା  ।

ଏହି କାର୍ଯ୍ୟକ୍ରମର ସଂଚାଳନ ଓ ସଭାପତିତ୍ୱ ସର୍ବୋଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ପ୍ରଶାନ୍ତ ବର୍ମା କରିଥିବା ବେଳେ ମୁଖ୍ୟବକ୍ତା ଓ ସଂଯୋଜକ ଭାବେ ଓଡିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ଶ୍ରୀଯୁକ୍ତ ଅଜିତ ପଟ୍ଟନାୟକ ଯୋଗ ଦେଇ ନିମ୍ନ ବିଷୟଗୁଡିକ ଉପରେ ବିସ୍ତୃତ ଚର୍ଚ୍ଚା କରିଥିଲେ  ।

        ଓଡିଶାର ଚାଷ ଜମି ଗୁଡିକରେ ପରିବେଶ ଓ ପ୍ରଦୂଷଣମୁକ୍ତ ଜୈବିକ ଚାଷ ନିମନ୍ତେ ବାଧ୍ୟତା ଓ ଏ ସମ୍ବନ୍ଧିୟ ଆଇନ  । ମୋ ଚାଷ ଜମିରେ ଲଗାତାର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଉପାର୍ଜିତ ଖାଦ୍ୟଶସ୍ୟ ଉପରେ ଏହାର କୁ ପ୍ରଭାବ ଓ ଏ ନେଇ ଦେଶର ଆଇନ  । ଓଡ଼ିଶାରେ ଏହାର ଦେଶୀୟ ଗୋ ବଂଶ ପ୍ରଜାତି ବିଲୁପ୍ତ ହେବାର କାରଣ, ସଂରକ୍ଷଣ ପାଇଁ ବିହିତ ପଦକ୍ଷେପ ଓ ଏ ନେଇ ଆଇନଗତ ଉପଚାର  । ଓଡ଼ିଶାର ଦେଶୀୟ ଗୋବଂଶ ପ୍ରଜାତିର ପୁନରୁଦ୍ଧାର ଏବଂ ଏହାର ମାଲିକାନା ସତ୍ୱ  ।   ଗୋ ସଙ୍କରିକରଣର ଉପଯୋଗୀ ଓ ଅପଯୋଗିତାକୁ ନେଇ ଚର୍ଚ୍ଚା । ଓଡ଼ିଶାରେ ଚାଷ ଜମିଗୁଡିକୁ ଏହାର ଭବିଷ୍ୟତ ବିନିଯୋଗ ନିମନ୍ତେ ବର୍ଷ ବର୍ଷ ଧରି ଖାଲି ରଖି ନିକଟସ୍ଥ ଜମିଗୁଡିକୁ ଚାଷ ଅପଯୋଗି କରିବା ଉପରେ ଆଇନଗତ ପ୍ରଶ୍ନ ? ଓଡ଼ିଶାର ଚାଷ ଜମି ମାଟିରେ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଏହାର ଅମ୍ଳିୟ ଓ କ୍ଷାର ଅଂଶରେ ବିଭିଦତା ସୃଷ୍ଟି ତଥା ଏହାର ଉର୍ବରତା ହ୍ରାସକୁ ନେଇ ଆଇନଗତ ଚର୍ଚ୍ଚା । ଓଡ଼ିଶାରେ ଜୈବିକ ତଥା ଗୋବର ଖତ ଓ କମ୍ପୋଷ୍ଟର ଉତ୍ପାଦନ ଓ ଏ ନେଇ ଏହାର ବ୍ୟାଙ୍କ ଗଠନ ଓ ଏହାର ବିକ୍ରି ନିିମିତ ସହରାଞ୍ଚଳରେ ମଧ୍ୟ ଗୋ ଉପôାଦନ ସାମଗ୍ରୀଗୁଡିକୁ ସାଧାରଣ ଗରିବ ଜନତାଙ୍କ ଦ୍ୱାରା ଭେଣ୍ଡିଂ ଜୋନ ମାଧ୍ୟମରେ ବିକ୍ରି ଓ ଏ ନେଇ ଆଇନ  । ରାଜ୍ୟରେ ଜୈବିକ୍ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟଶସ୍ୟର ପ୍ରାମାନିକ୍ ସଂସ୍ଥା, ଏହାର ଦର ଧାର୍ଯ୍ୟ ଓ  ଏ ନେଇ ଆଇନଗତ ପ୍ରଶ୍ନ  ।     ଗୋ ହତ୍ୟା ନିବାରଣ ଆଇନ ଓ ଏହାର କମ୍ପିଟେଣ୍ଟ ଅଥରିଟି ନିଯୁକ୍ତି ନେଇ ଯୋଗ୍ୟତା ମାନଦଣ୍ଡ ଓ ଏ ନେଇ ଆଇନଗତ ପ୍ରାବଧାନ  । ରାଜ୍ୟରେ ଗୋଚର ଜମି କିସମ ବଦଳାଇ ବା ଗୋଚର ଜମିରେ ଅନ୍ୟ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ସଂଗଠନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଉପରେ ଆଇନଗତ ଚର୍ଚ୍ଚା ଓ ଏ ସମସ୍ୟାର ନିରାକରଣ  । ଗୋଚର ଜମିର ଅଧିକରଣ ଓ ଅଧିକୃତ ଏ ନେଇ ଆଇନ  ।      ଜମି ଅଧିଗ୍ରହଣ ଆଇନ ଓ ଓଡ଼ିଶା । ଜମି ଉପନିବେଶ କମିଶନର ଓ ଚାଷ ଜମି କିସମ୍ରେ ଉର୍ବରତା, ଅମ୍ଲିୟ ଓ କ୍ଷାର ଜମି ସ୍ଥିରିକରଣ, ଜୈବିକ ଓ ରାସାୟନିକ ସାର ପ୍ରୟୋଗ ଜମିର ଚିହ୍ନଟକୁ ନେଇ ଆଇନଗତ ପ୍ରଶ୍ନ  ।  ସମାଜରେ ଗୋ ସମ୍ପଦର ମହତ୍ୱ ।

ଉପରୋକ୍ତ ବିଷୟଗୁଡିକ ମଧ୍ୟରୁ ପ୍ରତ୍ୟେକ ସପ୍ତାହରେ ଗୋଟିଏ ଗୋଟିଏ ବିଷୟରେ ଚର୍ଚ୍ଚା ଜାରି ରହିବ ବୋଲି ରାଜ୍ୟ ସଙ୍ଗଠନ ମନ୍ତ୍ରୀ ସଭା ଶେଷରେ ସମସ୍ତଙ୍କୁ ସୂଚନା ଦେବା ସହ ଏ ବିଷୟରେ ଇଚ୍ଛୁକ ଅଧିବକ୍ତା ଅଧିକରୁ ଅଧିକ ସଂଖ୍ୟକ ଭାଗ ନେବା ସହ ଆଗାମୀ ଦିନରେ  ବିଷୟଗୁଡିକରେ ରାଜ୍ୟବ୍ୟାପୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସୂଚନା ଦେଇଥିଲେ  । କାର୍ଯ୍ୟକ୍ରମରେ ବରିଷ୍ଠ ଅଧିବକ୍ତା ଶ୍ରୀଯୁକ୍ତ ଅଜିତ ପଟ୍ଟନାୟକ ଅଂଶ ଗ୍ରହଣ କରି ପ୍ରତ୍ୟେକ ବିଷୟକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏ ବିଷୟଗୁଡିକୁ ରାଜ୍ୟ ନେତୃତ୍ୱ ଓ ବିପକ୍ଷ ନେତୃତ୍ୱଙ୍କ ସମକ୍ଷରେ ରଖିବା ପାଇଁ ଆଶା ପ୍ରକାଶ କରିଥିଲେ  । ସର୍ବ ଶେଷରେ ସାମୁହିକ ଗୋ ପ୍ରେମୀ ସଙ୍ଗଠନର ମୁଖ୍ୟ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ସହ ଆଗାମୀ କାର୍ଯ୍ୟକ୍ରମଗୁଡିକ କିପରି ସୁଦୂର ପ୍ରସାରୀ ହେବ ଏ ନେଇ ଜିଲ୍ଲା ଓ ପ୍ରାନ୍ତ ଆଇନ ବିଭାଗ ଗଠନ ପାଇଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ  । ଓଡ଼ିଶା ସମାଚାର

About admin

Check Also

ସରକାରୀ ଭାଵେ ଚାଞ୍ଚପଡା ଆଦର୍ଶ ଗ୍ରାମ ଘୋଷିତ

କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ …

Leave a Reply

Your email address will not be published. Required fields are marked *