Saturday , August 20 2022
Breaking News
Home / ବିଶେଷ / ଓଡ଼ିଶା ହାଇକୋର୍ଟର ୩ ଜଣ ନୂଆ ବିଚାରପତି ଙ୍କ ଶପଥ ଗ୍ରହଣ

ଓଡ଼ିଶା ହାଇକୋର୍ଟର ୩ ଜଣ ନୂଆ ବିଚାରପତି ଙ୍କ ଶପଥ ଗ୍ରହଣ

କଟକ ୧୯/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ଓଡ଼ିଶା ହାଇକୋର୍ଟର ୩ ଜଣ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ ,ଜୁଡ଼ିସିଆଲ ଅଫିସର ରାଧାକୃଷ୍ଣ ପଟନାୟକ ଓ ଶଶିକାନ୍ତ ମିଶ୍ର ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ଡ଼କ୍ଟର ଏସ ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ଓଡ଼ିଶା ସରକାରଙ୍କ କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ଆଇନ ବିଭାଗ ଗତ ୧୩ ତାରିଖରେ ଏହି ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିଲେ। ତିନି ନୂଆ ବିଚାରପତି ଶପଥ ନେବା ପରେ ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୭ କୁ ବୃଦ୍ଧି ପାଇଛି ।
ନିକଟରେ ଅନ୍ୟ ୨ ଜଣ ବିଚାରପତିଙ୍କର ଅନ୍ୟ ହାଇକୋର୍ଟରୁ ଓଡିଶା ହାଇକୋର୍ଟକୁ ବଦଳି ହୋଇ ସେମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ। ଓଡିଶା ହାଇକୋର୍ଟର ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ରହିଛି।ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.