Saturday , August 20 2022
Breaking News
Home / ବିଶେଷ / ସୁନ୍ଦରଗଡ ଜିଲ୍ଲା ଇଏମଇ ର ୭୯ତମ ପ୍ରତିଷ୍ଠା ଦିବସ ପାଳିତ

ସୁନ୍ଦରଗଡ ଜିଲ୍ଲା ଇଏମଇ ର ୭୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ସ୍ଥଳ ସେନାର ୭୯ତମ ଇଏମଇ କ୍ରପ୍ସ ଦିବସ ଅବସରରେ ଇଏମଇ ପରିବାର ତରଫରୁ ଛେଣ୍ଡ ସ୍ଥିତ ସ୍ଥାନୀୟ ସୈନିକ ଭବନ ଠାରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କୋଭିଡ୍-୧୯ ନିୟମ ପାଳନ ପୂର୍ବକ ସ୍ୱଳ୍ପ ସଂଖ୍ୟକ କର୍ମକର୍ତାଙ୍କୁ ନେଇ ଏହି ଦିବସ ପାଳିତ ହୋଇଛି, ଯାହା ରାଜ୍ୟର ପ୍ରଥମ ଥର ପାଇଁ ରାଉରକେଲା ଠାରେ ପାଳନ କରାଯାଇଛି । ଆସନ୍ତା ବର୍ଷ ଏହି ଦିବସ ପାଳନରେ ସୁନ୍ଦରଗଡ ତଥା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ଥିବା ଇଏମଇ ପରିବାରକୁ ସାମିଲ୍ କରାଯିବ । ପ୍ରାରମ୍ଭରେ ସୈନିକ ସଂଘ ସାଧାରଣ ସମ୍ପାଦକ ସୁବେଦାର ଧନେଶ୍ୱର ଦାସ ସମସ୍ତ ଇଏମଇ ପରିବାରକୁ ସ୍ୱାଗତ ଜଣାଇବା ସହ ୭୯ତମ ଇଏମଇ କ୍ରପ୍ସ ଦିବସ ପାଳନର ଅଭିନନ୍ଦନ ଜଣାଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବାୟୁସେନା ଅଧିକାରୀ ଜୟନ୍ତ ବେରିହା ଯୋଗ ଦେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଇଏମଆଇ ପରିବାର ସଙ୍ଗଠିତ ହେବାକୁ ଆହ୍ୱାନ ଜଣାଇଥିଲେ । ଇଣ୍ଡିଆନ ଭେଟେରାନ ଅର୍ଗାନାଇଜେସନର ରାଜ୍ୟ ସାଧାରଣ ସମ୍ପାଦକ ଇଂ.ନିର୍ମଳ ଦାସ, ପି.ସି. ପରିଜା, ବି.ସି. ରାୟ, ପ୍ରଭାତ ଜେନା, ଆର୍.କେ. ପରିଡା, ବିଜୟ ବିଶ୍ୱାଳ, ପ୍ରକାଶ ମହାରଣା, ଡି. ପ୍ରସାଦ, ବି.ଡି. ବଳ ପ୍ରମୁଖ ସପରିବାର ସହ ଯୋଗ ଦେଇଥିଲେ । ଇଣ୍ଡିଆନ ଭେଟେରାନ ଅର୍ଗାନାଇଜେସନର ସୁନ୍ଦରଗଡ ଜିଲ୍ଲା ସଭାପତି ଚକ୍ରାନ୍ତ ଜେନା ମୁଖ୍ୟ ଅତିଥିଙ୍କ ସମେତ ସମସ୍ତ ଇଏମଇ ପରିବାରକୁ ସାଧୁବାଦ ଜଣାଇଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.