Monday , December 6 2021
Breaking News
Home / ବିଶେଷ / ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ପୋଲିସ ହେପାଜତରୁ ଚମ୍ପଟ – ୩ ପୁଲିସ୍ କର୍ମଚାରୀ ସସପେଣ୍ଡ

ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ପୋଲିସ ହେପାଜତରୁ ଚମ୍ପଟ – ୩ ପୁଲିସ୍ କର୍ମଚାରୀ ସସପେଣ୍ଡ

କଳାହାଣ୍ଡି, ୧୮/୧୦/୨୦୨୧(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା କେଗାଁ ଥାନା ମହାଲିଙ୍ଗ ସ୍ଥିତ ଘରୋଇ ସ୍କୁଲର ଶିକ୍ଷୟିତ୍ରୀ ନିଖୋଜ ଘଟଣାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ।ରବିବାର ରାତିରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ପୋଲିସ ବ୍ୟାରେକରୁ ଖସି ପଳାଇଥିବା ସୂଚନା ମିଳିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଏସପି ୩ ଜଣ ପୁଲିସ୍ କର୍ମଚାରୀ ଙ୍କୁ ସସପେଣ୍ଡ କରିଥିବା ଜଣାଯାଇଛି। ନିଖୋଜ ଶିକ୍ଷୟିତ୍ରୀ ଜଣକ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲରେ କାର୍ୟ୍ୟରତ ଥିଲେ। ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ଗତ ୮ ତାରିଖଠାରୁ ସ୍କୁଲକୁ ଆସି ନିଖୋଜ ଅଛନ୍ତି ।
ଗତ ୮ ତାରିଖରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ମହାଲିଙ୍ଗରେ ଥିବା ସନ୍ ସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ସ୍କୁଲକୁ ଆସୁଥିବାବେଳେ ନିଖୋଜ ହୋଇ ଯାଇଥିଲେ । ସନସାଇନ ପବ୍ଲିକ ସ୍କୁଲ ଓ କଲେଜର ମାଲିକ ଗୋବିନ୍ଦ ସାହୁ ସ୍କୁଲର କିଛି କାଗଜପତ୍ର କାମ ଅଛି କହି ମମିତାଙ୍କୁ ଡକାଇ ଥିଲେ । ହେଲେ ସେ ସ୍କୁଲ ଆସିବା ବାଟରେ ଚାନ୍ଦତରା ଛକ ନିକଟରୁ କେଉଁଆଡେ ନିଖୋଜ ହୋଇଯାଇଛନ୍ତି ।୧୨ ତାରିଖରେ ପରିବାର ଲୋକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ପୋଲିସ କଳାହାଣ୍ଡିର କେଗାଁକୁ ଆସି ସେଠାକାର ପୋଲିସ ସହିତ କଥାବାର୍ତା ହେବା ପରେ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଉଠାଇ ନେଇଥିଲା । ମହାଲିଙ୍ଗରେ ଥିବା ସ୍କୁଲରେ ଛାନଭିନ କରିବା ପରେ ତାଙ୍କ ଗାଡିକୁ ମଧ୍ୟ ଜବତ କରିଥିଲା । ହେଲେ ମମିତା କେଉଁଆଡେ ଗଲେ ସେନେଇ ୧୦ ଦିନ ହେଲା କୌଣସି ପତା ପାଉନାହାନ୍ତି ବଲାଙ୍ଗୀର କିମ୍ବା କଳାହାଣ୍ଡି ପୋଲିସ । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *