Monday , November 29 2021
Breaking News
Home / ବିଶେଷ / ମନ୍ତ୍ରୀ ଙ୍କ ସପକ୍ଷରେ ବାହାରିଲା ଜୁନାଗଡ଼ ନାଗରିକ ମଂଚ

ମନ୍ତ୍ରୀ ଙ୍କ ସପକ୍ଷରେ ବାହାରିଲା ଜୁନାଗଡ଼ ନାଗରିକ ମଂଚ

ଜୁନାଗଡ଼, ୧୮/୧୦/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- ଜୁନାଗଡ଼ ସହରରେ ଥିବା ଏକ ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷା ଙ୍କ ନିଖୋଜ ଘଟଣାରେ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମ୍ପୃକ୍ତି ଥିବା ଅଭିଯୋଗର ପ୍ରତିବାଦ କରିଛି ଜୁନାଗଡ଼ ନାଗରିକ ମଂଚ । ଏକ ସାମ୍ବାଦିକ ସମ୍ମିଳନୀରେ ଜୁନାଗଡ଼ ନାଗରିକ ମଂଚ ପକ୍ଷରୁ ମନ୍ତ୍ରୀ ଙ୍କ ସପକ୍ଷରେ ମତ ପ୍ରକାଶ ପାଇଛି । ଏକ ଘରୋଇ ସ୍କୁଲ ର ଅଧ୍ୟକ୍ଷାଙ୍କ ନିଖୋଜ ଘଟଣାରେ ମନ୍ତ୍ରୀ ଙ୍କୁ ଉଦେଶ୍ୟମୂଳକ ଭାବେ ସମ୍ପୃକ୍ତି କରାଯାଇ ଅଯଥା ବଦନାମ କରାଯାଉଥିବା ଅଭିଯୋଗ କରି ଏହାର ଦୃଢ଼ ନିନ୍ଦା କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନଜିବୀ ମଦନ ସାହୁ,ଆଇନଜିବୀ ଅଶୋକ ପାତ୍ର,ପ୍ରଶାନ୍ତ ପାଟଯୋଶୀ ,ନିର୍ମଳ ମହାନ୍ତି ,ଲଳିତ ଅଗ୍ରୱାଲ, ବିଜୟ ବେହେରା,କୌଳାଶ ରାଉତ,କଳ୍ପନା ବରାଡ଼,ସଂଯୁକ୍ତା ଚନ୍ଦନ ପ୍ରମୁଖ ଉପସ୍ଥିତ ରହି ପବ୍ଲିକ୍ ସ୍କୁଲ ର ଅଧ୍ୟକ୍ଷା ଙ୍କ ନିଖୋଜ ଘଟଣାର ତଦନ୍ତ  କରାଯାଇ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଦାବି କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସରକାରୀ ଭାଵେ ଚାଞ୍ଚପଡା ଆଦର୍ଶ ଗ୍ରାମ ଘୋଷିତ

କଟକ ସଦର, ୨୯/୧୧/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ବ୍ଲକ ଅନ୍ତର୍ଗତ ଵାରଦା ଗ୍ରାମ ପଞ୍ଚାୟତର ଚାଞ୍ଚପଡା ଗ୍ରାମକୁ ସରକାରୀ …

Leave a Reply

Your email address will not be published. Required fields are marked *