Saturday , November 27 2021
Breaking News
Home / ରାଜନୀତି / ବିଜେପିରେ ମିଶିଲେ ଅଞ୍ଜଳି ବେହେରା

ବିଜେପିରେ ମିଶିଲେ ଅଞ୍ଜଳି ବେହେରା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ରୁ ବହିସ୍କୃତ ନେତ୍ରୀ ଅଞ୍ଜଳି ବେହେରା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପି ଦଳରେ ମିଶିଲେ । ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଢେଙ୍କାନାଳ ଜିଲ୍ଲାର ଶତାଧିକ କର୍ମୀଙ୍କ ସହ ବିଜେପିରେ ମିଶିଲେ ଅଞ୍ଜଳି । ସେ ବିଜେଡ଼ି ଦଳ ଟିକେଟ ରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟିକା ଥିଲେ । ଦୁଇ ଥର ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ ସେ। ୨୦୦୦, ୨୦୦୪ ଓ ୨୦୦୯ରେ ବିଜେଡି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ତାଙ୍କୁ ଦଳୀୟ ଟିକେଟ ଦିଆଯାଇନଥିଲା । ପରେ ଦଳବିରୋଧୀ କାର୍ୟ୍ୟ ଅଭିଯୋଗରେ ବିଜେଡି ତାଙ୍କୁ ବହିଷ୍କାର କରିଥିଲା।
ବିଜେପିରେ ଯୋଗ ଦେବା ପରେ ଅଞ୍ଜଳି ବେହେରା କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ରାଜନୈତିକ ଦଳରେ ମୋ ବାପା, ମାଆ ଓ ମୁଁ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । କିନ୍ତୁ ସେହି ଦଳ ଆମକୁ ଗୋଇଠା ମାରିଲା । ବିଗତ ଦିନରେ ସେହି ଦଳ ମୋର ବହୁତ କ୍ଷତି କରିଛି । ତେଣୁ ଏବେ ମୁଁ ବିଜେପିରେ ମିଶିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ବିକାଶ କାମ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଅଞ୍ଜଳି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡ଼ା, ୨୪/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସହରର କଜଳା ସ୍ଥିତ ଜିଲ୍ଲା କଂଗ୍ରେସ …

Leave a Reply

Your email address will not be published. Required fields are marked *