Tuesday , June 6 2023
Breaking News
Home / ବିଶେଷ / ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ବାଇକ୍ ଧକା ରୁ ରଘୁନାଥପୁର ଅଂଚଳରେ ଜଘନ୍ୟ ହତ୍ୟାକାଣ୍ଡ

ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା, ୪ ଗଲେ ଜେଲ – ଅନ୍ୟମାନେ ଫେରାର

ରଘୁନାଥପୁର ୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଯୁବକଙ୍କୁ ସଂଘ ବଦ୍ଧ ଭାବେ ପିଟିପିଟି ଜୀବନରୁ ମାରି ୪ଜଣ ଆସାମୀ ଜେଲ ଯାଇଛନ୍ତି । ଘଟଣାରୁ ପ୍ରକାଶ, ରଘୁନାଥପୁର ଥାନା ଅନ୍ତର୍ଗତ ରଘୁନାଥପୁର ହୁରାସାହି ଗ୍ରାମର ସୁନାକର ରଣାଙ୍କ ପୁଅ ହିମାଂଶୁ ରଣା (୨୩) ଓ ଟୁକୁନା ପରିଡାଙ୍କ ପୁଅ ଶ୍ରୀକାନ୍ତ ପରିଡା (୨୨) ରଘୁନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ନିଜ ୟାମାହା ବାଇକରେ ଯାଉଥିବା ସମୟରେ କିଶନନଗର ଥାନା ଅନ୍ତର୍ଗତ ବୋଦର ଗ୍ରାମର ବରଦା ବେହେରା ଏକ ବାଇକରେ ୩ଜଣଙ୍କୁ ବସାଇ ତାଙ୍କୁ ଧକ୍କା ଦେଇଥିଲେ । ଏହି ଧକ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ବୋଦର ଗ୍ରାମର ଉକ୍ତ ୩ଜଣ ଯୁବକ ତାଙ୍କର ଅନ୍ୟ ୭-୮ଜଣ ସାଙ୍ଗକୁ ଡକାଇ ଅଯୋଦ୍ଧାପୁର ଜେନା ସାହି ବରଗଛ ନିକଟକୁ ହିମାଂଶୁ ରଣା ଓ ତାଙ୍କ ସାଙ୍ଗ ଶ୍ରୀକାନ୍ତ ପରିଡାକୁ ଡକାଇଥିଲେ । ହିମାଂଶୁ ରଣା ଓ ଶ୍ରୀକାନ୍ତ ପରିଡା ସେଠାରେ ପହଂଚିବା ପରେ କିଶନନଗର ଥାନା ଅନ୍ତର୍ଗତ ବୋଦର ଗ୍ରାମର ସୁକଦେବ ପଲେଇଙ୍କ ପୁଅ ପିତବାସ ପଲେଇ (ଛବି)(୩୯), ବୋଦର ଗ୍ରାମର ଅରକ୍ଷିତ ବେହେରାଙ୍କ ପୁଅ ବରଦା ବେହେରା(ଜାନି)(୨୨), ବୋଦର ଗ୍ରାମର ଶରତ ବାରିକଙ୍କ ପୁଅ ମନୋରଂଜନ ବାରିକ (କାଲୁ)(୩୩), ବୋଦର ଗ୍ରାମର ସୁକଦେବ ଦାସଙ୍କ ପୁଅ ସନାତନ ଦାସ(ଟନା)(୩୧) ଓ ଅନ୍ୟ ୬ଜଣରୁ ଉଦ୍ଧ୍ୱର୍ ଯୁବକ ମିଶି ହିମାଂଶୁ ଓ ଶ୍ରୀକାନ୍ତଙ୍କୁ ଗଛ ମୁଳିଆ, କାଠଫାଳିଆରେ ନିର୍ମମଭାବେ ପିଟିପିଟି ହିମାଂଶୁ ରଣାଙ୍କୁ ଜୀବନରୁ ମାରି ଦେଇଥିବା ବେଳେ ଶ୍ରୀକାନ୍ତକୁ ଗୁରୁତର ଅବସ୍ଥାରେ ଛାଡି ପଳାଇଥିଲେ । ଖବରପାଇ ପରିବାର ଲୋକେ ଓ ଗ୍ରାମବାସୀମାନେ ଘଟଣା ସ୍ଥଳରେ ପହଂଚି ସେଠାରୁ ହିମାଂଶୁ ଓ ଶ୍ରୀକାନ୍ତକୁ ରଘୁନାଥପୁର ମେଡିକାଲ ରେ  ଭର୍ତି କରିଥିଲେ । ରଘୁନାଥପୁର ମେଡିକାଲରେ ଡାକ୍ତର ହିମାଂଶୁ ରଣାଙ୍କୁ ମୃତ ଘୋଷଣା କରିଥିବା ବେଳେ ଶ୍ରୀକାନ୍ତକୁ ପ୍ରାଥମିକ ଚିକିତ୍ସା କରାଇ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ । ମୃତ ହିମାଂସୁ ରଣାର ଭାଇ ବଳରାମ ରଣା ରଘୁନାଥପୁର ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିବାପରେ ଥାନା ଆଇଆଇସି ଦେବେନ୍ଦ୍ର ମହାପାତ୍ର, ଏସଆଇ ହିତାୟତ ଅହମ୍ମଦ, ଏସଆଇ ଗୟଶ ମହମ୍ମଦ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ କରିବା ସହ ହିମାଂଶୁଙ୍କୁ ହତ୍ୟା କରିଥିବା ଉପରୋକ୍ତ ଛଚି, ଜାନି, କାଲୁ, ଟନାଙ୍କୁ ଗିରଫ କରି ସେମାନଙ୍କ ନାମରେ କେସ ନଂ ୧୪୨/୨୦୨୧, ଭାରତୀୟ ପିଙ୍ଗଳ ଦଫା ୩୦୨,୩୪ ରୁଜୁ କରି କୋର୍ଟଚାଲଣ କରିଛନ୍ତି । ସେମାନଙ୍କର ଜାମିନକୁ ଅଦାଲତ ନାମଂଜୁର କରିବାରୁ ସେମାନଙ୍କୁ ଆଳିପିଙ୍ଗଳ ଜେଲକୁ ପଠାଇ ଦିଆଯାଇଛି । ମୃତ ହିମାଂଶୁ ରଣାଙ୍କ ମରଶରୀରକୁ ପୋଲିସ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛନ୍ତି । ଏହି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ଆସାମୀ ମାନେ ଫେରାର ହୋଇଯାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.