Monday , November 29 2021
Breaking News
Home / କ୍ରୀଡ଼ା / ବରିଷ୍ଠ ଓ କନିଷ୍ଠ ମହିଳା ହକି ଦଳ ଚୂଡ଼ାନ୍ତ

ବରିଷ୍ଠ ଓ କନିଷ୍ଠ ମହିଳା ହକି ଦଳ ଚୂଡ଼ାନ୍ତ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛି । ଚଳିତ ମାସ ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତରପ୍ରଦେଶର ଝାନ୍ସୀ ଠାରେ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଏବଂ ଚଳିତ ମାସ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡର ସିମ୍ଡେଗା ଠାରେ କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଭୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବା ପାଇଁ ୧୮ ଜଣିଆ ଦଳ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି ବୋଲି ହକି ପାଇଁ ଓଡ଼ିଶାର ଆଡହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ର୍ତିକୀ କହିଛନ୍ତି । ବରିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଅସ୍ମିତା ବାର୍ଲା ଓ କନିଷ୍ଠ ମହିଳା ହକି ଦଳର ଅଧିନାୟିକା ଭାବରେ ଜ୍ୟୋତି ଛତ୍ରି ଦଳର ନେତୃତ୍ୱ ନେବେ । ୧୮ ଜଣିଆ ବରିଷ୍ଠ ମହିଳା ହକି ଦଳ ସହିତ ଅନ୍ତର୍ଜାତୀୟ ଖାତିସଂପନ୍ନ ମହିଳା ହକି ତାରକା ଶ୍ରୀମତୀ ପାଉଲିନା ସୁରିନ୍ ଦଳ ପ୍ରବନ୍ଧକ ଓ ଅଲମ୍ପିଆନ୍ ହକି ତାରକା ଶ୍ରୀ ଲାଜରୁସ୍ ବାର୍ଲା ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବେ । କଳିଙ୍ଗ ଷ୍ଟାଡିୟମ୍ର ଉତ୍କର୍ଷ ପ୍ରଦର୍ଶନ କେନ୍ଦ୍ରର ଡାକ୍ତର ଶୋଭେନ୍ ଫିଜିଓ ଏବଂ ରେଶ୍ମା ଲାକ୍ରା ସହାୟକ ଦାୟିତ୍ୱ ର୍ନିବାହ କରିବେ । ସେହିପରି କନିଷ୍ଠ ମହିଳା ହକି ଦଳ ସହିତ ଭଲିବଲ୍ ପ୍ରଶିକ୍ଷକ ଶ୍ରୀମତୀ ସୁଷମା ନନ୍ଦ ଓ ବରିଷ୍ଠ ହକି ପ୍ରଶିକ୍ଷକ ଶ୍ରୀ କାଳୁଚରଣ ଚୌଧୁରୀ ଯଥାକ୍ରମେ ଦଳ ପ୍ରବନ୍ଧକ ଓ ପ୍ରଶିକ୍ଷକ ଦାୟିତ୍ୱ ନିର୍ବାହ କରିବେ । ଏହି ଦଳ ସହିତ ଫିଜିଓ ଭାବରେ ସୁଶ୍ରୀ ଶୁଭସ୍ମିତା ମହାନ୍ତି ଓ ଫିଟ୍ନେସ୍ ଟ୍ରେନର ଭାବରେ ଶ୍ରୀମତୀ ସରିତା ରୋଶନ୍ ହନୁମାନ୍ ଓ ଉପାସନା ଯାଦବ ଯୋଗଦେବେ । କନିଷ୍ଠ ମହିଳା ହକି ଦଳ ଆଜି ସିମ୍ଡେଗା ନିମନ୍ତେ ଯାତ୍ରା କରିବେ । ବିଗତ ଦୁଇ ସପ୍ତାହ ଧରି କଳିଙ୍ଗ ଷ୍ଟାଡିୟମ ର ହକି ଗ୍ରାଉଣ୍ଡରେ ଚାଲିଥିବା ପ୍ରଶିକ୍ଷଣ କ୍ୟାମ୍ପର ଅବ୍ୟବହିତ ଓ ମହିଳା ଦଳମାନଙ୍କର ଯାତ୍ରା ପୂର୍ବ ଅବସରରେ ହକି ପାଇଁ ଓଡ଼ିଶାର ଆଡହକ୍ କମିଟିର ଅଧ୍ୟକ୍ଷ ପଦ୍ମଶ୍ରୀ ଡ. ଦିଲ୍ଲୀପ ର୍ତିକୀ ଓ କ୍ରୀଡ଼ା ଏବଂ ଯୁବସେବା ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶାର ଦଳମାନଙ୍କୁ ଜର୍ସି ଓ ଅନ୍ୟାନ୍ୟ ଉପକରଣ ପ୍ରଦାନ କରି ପ୍ରତିଯୋଗିତାରେ ସଫଳତା କାମନାପୂର୍ବକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

About admin

Check Also

ଯୋଗ ମଣିଷର ଐଶ୍ୱରିକ ଶକ୍ତି ଜାଗ୍ରତ କରାଇ ଥାଏ : ଶ୍ରୀମା

ଜାଭିୟର ସ୍କୁଲରେ ଯୋଗ ପ୍ରତିଯୋଗିତା କେନ୍ଦ୍ରାପଡ଼ା, ୧୧/୧୧/୨୦୨୧(ଓଡ଼ିଶା ସମାଚାର)- ଯୋଗାସନର ଅନେକ ଗୁଡିଏ ଉପକାରିତା ରହିଛି । ଏହା ମଣିଷକୁ …

Leave a Reply

Your email address will not be published. Required fields are marked *