ସାଲେପୁର,୧୮/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା) – ଦିନ ଦୁଇ ପ୍ରହରରରେ କଟକ ଜିଲ୍ଲା ସାଲେପୁର ମାଛୁଆତି ବଜାର ନିକଟ ଏକ ଘରୋଇ ଫାଇନାନ୍ସ ବ୍ୟାଙ୍କରୁ ୩ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ୨ଲକ୍ଷ ୯୩ହଜାର ଟଙ୍କା ଲୁଟି ନେଇଛନ୍ତି । ମିଳିଥିବା ସୂଚନା
ଅନୁଯାୟୀ ଆଜି ସ୍ପଷ୍ଟ ଦିବାଲୋକ ରେ କଟକ ଚାନ୍ଦବାଲି ମୁଖ୍ୟ ସଡ଼କ ପାର୍ଶ୍ୱ ରେ ଥିବା ଉତ୍କର୍ଷ ଫାଇନାନ୍ସ ବ୍ୟାଙ୍କ ର କର୍ମଚାରୀ ମାନଙ୍କୁ ଭୟଭୀତ କରି ଲୁଟ କରିଥିବା ସାଲେପୁର ଥାନାରେ ଅଭିଯୋଗ ହୋଇଛି. । ସାଲେପୁର ଥାନା ଅଧିକାରୀ ଓ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ବ୍ୟାଙ୍କର ସି ସି ଟି ଭି ଯାଞ୍ଚ କରିବା ସହ ଅଧିକ ତଦନ୍ତ କରି ଖୁବ ଶୀଘ୍ର ଲୁଟେରା ମାନଙ୍କୁ ଧରାଯିବ ବୋଲି ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ପ୍ରକାଶକରି ଛନ୍ତି। ଓଡ଼ିଶା ସମାଚାର