Tuesday , August 9 2022
Breaking News
Home / ତାଜା ଖବର / ଦୁର୍ଦ୍ଧାନ୍ତ ଅପରାଧୀ ରାକା କୁ ଏନକାଉଣ୍ଟର  ପରେ ଆଉ ୪ ଗିରଫ

ଦୁର୍ଦ୍ଧାନ୍ତ ଅପରାଧୀ ରାକା କୁ ଏନକାଉଣ୍ଟର  ପରେ ଆଉ ୪ ଗିରଫ

କଟକ ,୧୮/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)-ଗତ ସେପ୍ଟେମ୍ବର ୯ ତାରିଖରେ ବାଲିକୁଦା ଅଂଚଳର ବ୍ୟବସାୟୀ କ୍ଷୀରୋଦ ସାହୁ କଟକ ମାଲଗୋଦାମକୁ ଯାଉଥିବାବେଳେ ତାଙ୍କୁ ଗୁଳିମାଡ କରି ଲୁଟ୍ ଘଟଣାରେ ୪ ଜଣିଆ ଡକାୟତ ଗ୍ୟାଙ୍ଗ୍ କୁ କନ୍ଦରପୁର ଥାନା ପୋଲିସ ଗିରଫ କରିଛି। ସେମାନେ ହେଉଛନ୍ତି ବାଲିକୁଦା ଅଂଚଳର ସାଗର ମଲିକ(୨୬), ରାଜା ଆଲିଆସ ମାର୍ଶାଘାଇ ଅଂଚଳର ବିବେକାନନ୍ଦ ସେନାପତି (୨୪),ନୟାଗଡ଼ ଅଂଚଳର ସିନୁ ଆଲିଆସ ସ୍ୱପ୍ନସାଗର ପରିଡ଼ା (୨୦) ଓ କୁଜଙ୍ଗ ଅଂଚଳର ରବିନ୍ଦ୍ର ସ୍ୱାଇଁ (୩୯) । ଦୁଇ ଦିନ ତଳେ ଏହି ଗ୍ୟାଙ୍ଗର ମୁଖ୍ୟ ରାକାକୁ ପୋଲିସ ଏନକାଉଣ୍ଟର କରିଥିଲା । ଗିରଫ ୪ ଅଭିଯୁକ୍ତ ଙ୍କ ମଧ୍ୟରେ କୁଖ୍ୟାତ ଡକାୟତ ସାଗର ମାଲିକ ଓ  ରାଜା ସେନାପତି ରହିଥିବା ଜଣାପଡିଛି ।ସେମାନଙ୍କ ଠାରୁ ୨ ଟି ଆପାଚି ମୋଟର ସାଇକେଲ ଓ ନଗଦ ୧୬ ହଜାର ୫ ଶହ ଟଙ୍କା ଜବତ ହୋଇଛି । ଡ଼ିସିପି ଙ୍କ ପକ୍ଷରୁ ଦିଆଯାଇଥିବା ପ୍ରେସ ନୋଟ ରେ ଦିଆଯାଇଥିବା ସୂଚନା ଅନୁସାରେ ସାଗର ନାମରେ ବାଲିକୁଦା, ଜଗତସିଂହପୁର, ଚୌଦ୍ୱାର, କଟକ ସଦର , କଟକ ମଧୁପାଟଣା, କନ୍ଦରପୁର ଆଦି ଥାନାରେ ୧୨ ଟିରୁ ଅଧିକ ସଙ୍ଗୀନ ମାମଲା ରହିଥିବାବେଳେ ରାଜା ନାଗରେ ପାଟକୁରା,ବାଲିକୁଦା,ଜଗତସିଂହପୁର,ଚୌଦ୍ୱାର,କଟକ ସଦର, ମଧୁପାଟଣା, କନ୍ଦରପୁର ଆଦି ଥାନାରେ ୧୪ ଟିରୁ ଅଧିକ ମାମଲା ରହିଛି । ସେହିପରି ସିନୁ ନାମରେ ରଣପୁର ଥାନାରେ ଗୋଟିଏ ଅବକାରୀ ମାମଲା ରହିଛି । ଗିରଫ ରବିନ୍ଦ୍ର ନାମରେ କେଉଁଠି ମାମଲା ରହିଛି, ତାହା ସଂଗ୍ରହ କରାଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ , ବୋମାମାଡରେ ଜଣେ ଆହତ

ପୁରୀ, ୦୫/୦୮/୨୦୨୨(ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଂଚଳରେ ଚିଙ୍ଗୁଡ଼ି ଘେରିକୁ କେନ୍ଦ୍ରକରି ବୋମାମାଡରେ ଜଣେ ଆହତ ହୋଇଛନ୍ତି …

Leave a Reply

Your email address will not be published.