ନିଶ୍ଚିନ୍ତକୋଇଲି,୧୮/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ମହାନଦୀ -ଚିତ୍ରୋତ୍ପଳା ଦ୍ବୀପାଞ୍ଚଳ ଅନ୍ତର୍ଗତ ଜନାର୍ଦ୍ଦନପୁର ଦଶଭୁଜା ବଜାର କମିଟି ପକ୍ଷରୁ ହରପାର୍ବତୀ ଙ୍କ ମେଢ଼ ସ୍ଥାପନ କରାଯାଇ କୋଭିଡ ନିୟମ ଅନୁଯାୟୀ ପୂଜାର୍ଚନା ବିଧିପୂର୍ବକ ଅନୁଷ୍ଠିତ ହେଉଛି । ସ୍ଥାନୀୟ ମେଲୋଡି ଦଳ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବାସହ ସଂକୀର୍ତନ ଦଳ ସଂକୀର୍ତନ ଓ ଜଣାଣ ପରିବେଷଣ କରିଥିଲେ । ସେହିପରି ଶନିବଜ଼ାର ରେ ଶନିଶ୍ଚର ବଜାର କମିଟି ପକ୍ଷରୁ ହରପାର୍ବତୀ ଙ୍କ ପୂଜାଅନୁଷ୍ଠିତ ହେଉଛି । ବଜାର କମିଟି କର୍ମକର୍ତ୍ତା ମାନେ ନିଷ୍ଠା ର ସହ ଶାରଦୀୟ ପୂଜା କୁ ପାଳନ କରିବା ସଙ୍ଗେ ସଙ୍ଗେ ଆଗାମୀ ବର୍ଷ କୁ ଯେପରି କରୋନା ଦୂରେଇ ଯିବ ସେଥିନେଇ ପ୍ରାର୍ଥନା କରିଛନ୍ତି । ଓଡ଼ିଶା ସମାଚାର
