Wednesday , December 1 2021
Breaking News
Home / ବିଶେଷ / କନ୍ଦରପୁର ଥାନା ପୋଲିସ କୁ ଆଉ ଏକ ସଫଳତା – ଏନକାଉଣ୍ଟର ପରେ ଆଉ ୪ ଜଣ ହାର୍ଡକୋର ଅପରାଧୀ ଗିରଫ

କନ୍ଦରପୁର ଥାନା ପୋଲିସ କୁ ଆଉ ଏକ ସଫଳତା – ଏନକାଉଣ୍ଟର ପରେ ଆଉ ୪ ଜଣ ହାର୍ଡକୋର ଅପରାଧୀ ଗିରଫ

କନ୍ଦରପୁର, ୧୮/୧୦/୨୦୨୧(ଓଡ଼ିଶା ସମାଚାର/ ଵିଷ୍ଣୁ ବେହେରା)- କମିଶନରେଟ୍ କନ୍ଦରପୁର ଥାନା ପୋଲିସ କୁ ଆଉ ଏକ ସଫଳତା ମିଳିଛି । ଗତ ଶନିବାର ଭୋର ସମୟରେ କାଠଯୋଡି ନଦୀ ବନ୍ଧ ରାସ୍ତାର ଵମ୍ଵୁରି ଵଟଵର ନିକଟରେ ଦୂର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ଏନକାଉଣ୍ଟର କରିଵା ପରେ ସେହି ଗ୍ୟାଙ୍ଗର ଆଉ ୪ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଵା ଆଜି ସୋମବାର କନ୍ଦରପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସିପି ଚନ୍ଦନ ଘଡାଇ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର ୯ ତାରିଖରେ କନ୍ଦରପୁର ଥାନା ଅଞ୍ଚଳରେ ଜଗତସିଂହପୁର ଥାନା କେନ୍ଦାଳ ଗ୍ରାମର ଜନୈକ ମାଲଗୋଦାମ ବେପାରୀ ଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ସମ୍ପର୍କରେ ଅଭିଯୋଗ ହୋଇଥିଲା।ଏଥିରେ ସମ୍ପୃକ୍ତ ରାକା ଉପରେ ପୋଲିସ ଆଖି ଘୁରି ବୁଲୁଥିବା ବେଳେ ଶନିବାର ଦିନ ରାକା କଟକରୁ ଜଗତସିଂହପୁର ଅଭିମୁଖେ ନଦୀ ଵନ୍ଧ ରାସ୍ତାରେ ଆସୁଥିଵା ପୋଲିସ ଖଵର ପାଇଥିଲା। ଏଥିପାଇଁ ଉକ୍ତ ରାସ୍ତାକୁ ନାକାଵନ୍ଦୀ କରି ରାକାକୁ ଧରିଵାକୁ ଉଦ୍ୟମ କଲାଵେଳକୁ ଧରାପଡିଯିଵା ଭୟରେ ରାକା ପୋଲିସ ଉପରକୁ ଗୁଳି ଚଳାଇଥିଲା। ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଏନକାଉଣ୍ଟର କଲାରୁ ରାକା ଆହତ ହୋଇଥିଲା। ଚିକିତ୍ସାଧିନ ଅଵସ୍ଥାରେ ଥିଵା ରାକା ଠାରୁ ତଥ୍ୟ ସଂଗ୍ରହ କରି ଏସଟିଏଫ୍ ଟିମ ଏସିପି ଅଜୟ ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରି ଜଗତସିଂହପୁର ଅଞ୍ଚଳରୁ ୪ ଜଣଙ୍କୁ ଉଠାଇ ଆଣିଥିଲେ। ସେମାନେ ହେଲେ ଜଗତସିଂହପୁର ପୁର ଜିଲ୍ଲା ବାଲିକୁଦା ଥାନା ଅଳିକଣ ଗ୍ରାମର ସାଗର ମଲ୍ଲିକ, କୁଜଙ୍ଗ ଥାନା ସିଙ୍ଗିପୁର ଗ୍ରାମର ରବିନ୍ଦ୍ର ସ୍ବାଇଁ, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା କରମାକୁଳ ଗ୍ରାମର ରାଜୁ ଓରଫ ବିବେକାନନ୍ଦ ଶତପଥୀ ଏବଂ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଵେଣ୍ଟ ଗ୍ରାମର ସିନୁ ଓରଫ ସ୍ୱପ୍ନସାଗର ପରିଡ଼ା ଵୋଲି ସୂଚନା ମିଳିଛି। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ଠାରୁ ଦୁଇଟି ଆପାଚି ମଟର ସାଇକେଲ ଓ ୧୬ ହଜାର ୫ ଶହ ଟଙ୍କା ଜଵତ ହୋଇଛି। ସମସ୍ତ ଗିରଫ ଅପରାଧୀ ଙ୍କ ନାଁରେ ବିଭିନ୍ନ ଥାନାରେ ୨୭ ଗୋଟି ସଙ୍ଗିନ୍ ମାମଲା ଥିଵା ଏସିପି ସୂଚନା ଦେଇଛନ୍ତି।ରାକାକୁ ମିଶାଇ ମୋଟ ୫ ଜଣ ଗିରଫ ହୋଇଥିବା ଜଣାପଡିଛି।ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ଵିପିନ ଵିହାରି ହୋତା ଉପସ୍ଥିତ ଥିଲେ।ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *