ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି । ଏନେଇ ବିଭାଗୀୟ ସଚିବ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । ପ୍ରଥମ ଦିନ ଇଣ୍ଡକ୍ସନ ସେସନର ବ୍ୟବସ୍ଥା ହେବ । ଇଣ୍ଡକ୍ସନ ସେସନରରେ ନୂଆପିଲାଙ୍କ ସହ ଜଣେ ଅଭିଭାବକ ରହିବେ । ସୋମବାର ଠାରୁ ଶୁକ୍ରବାର ଯାଏଁ ୟୁଟ୍ୟୁବରେ ଲାଇଭ୍ ଷ୍ଟ୍ରିମିଂ ହେବ । ପିଲାଙ୍କୁ ୟୁଟ୍ୟୁବ୍ ଚ୍ୟାନେଲର ଲିଙ୍କ ଯୋଗାଇ ଦିଆଯିବ । ଏକାଦଶ ପାଠ ବୁଝିବା ପାଇଁ ଦଶମ ଶ୍ରେଣୀ ପାଠର ବି ଅବଗତ କରାଯିବ ।
ଆସନ୍ତା ୨୧ ତାରିଖ ଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ । ସରକାରଙ୍କ କୋଭିଡ୍ କଟକଣା ସହ ପିଲାମାନଙ୍କର କ୍ଲାସ ଚାଲିବ ଓ ହଷ୍ଟେଲ ପରିଚାଳନା ହେବ ।