Monday , November 29 2021
Breaking News
Home / ବିଶେଷ / ମନୀଷ ଅନୁରାଗ ମୃତୁ୍ୟ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ମନୀଷ ଅନୁରାଗ ମୃତୁ୍ୟ ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ମାମଲାରେ ତିନି ଅଭିଯୁକ୍ତଙ୍କୁ କମିସନରେଟ୍ ପୁଲିସ ଗିରଫ କରିଛି । ଏନେଇ ଡିସିପି ଉମାଶଙ୍କର ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମନୀଷ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟଙ୍କ ସହ ହେଟେଲକୁ ଯାଇଥିଲେ । କିନ୍ତୁ ସେମାନେ ହେଟେଲ ବାହାରେ ମନୀଷ ଅନୁରାଗଙ୍କୁ ଆକ୍ରମଣ କରିଥିଲେ । ଏହାଫଳରେ ମନୀଷ ଅନୁରାଗଙ୍କ ମୃତ୍ୟୁ ହୋଇଥିଲା । ତାପରେ ସେମାନେ ପ୍ରମାଣ ନଷ୍ଟ ଲାଗି ମନୀଷଙ୍କ ମୃତଦେହକୁ ନିକଟସ୍ଥ ପୋଖରୀରେ ଫିଙ୍ଗିଦେଇ ଚାଲିଯାଇଥିଲେ । ଅମ୍ରିତ ବିଶ୍ୱାଳ, ଦିନେଶ ମହାପାତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି ।  ତାପରେ ଅଭିଯୁକ୍ତମାନଙ୍କୁ ପୁଲିସ ରିମାଣ୍ଡରେ ଆଣି ତଦନ୍ତ କରିବା ପାଇଁ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ସ୍ବର୍ଗତ ଦାମୋଦର ସେନାପତି ଥିଲେ ବହୁବିଧ ପ୍ରତିଭାର ଅଧିକାରୀ : ସାହିତ୍ୟିକ ବୁଲେଇ ବେହେରା

କଟକ, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-  କଟକ ସଦର ୪୨ ମୌଜା ପଟଣାସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” …

Leave a Reply

Your email address will not be published. Required fields are marked *