Friday , September 29 2023
Breaking News
Home / ବିଶେଷ / ପୂର୍ବ ଶତୃତା କୁ ନେଇ ଆକ୍ରମଣ ଯୁବକ ଗୁରୁତର

ପୂର୍ବ ଶତୃତା କୁ ନେଇ ଆକ୍ରମଣ ଯୁବକ ଗୁରୁତର

ପାରାଦୀପ,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧିନସ୍ଥ ଷଣ୍ଢକୁଦ ବସ୍ତିର ଜନୈକ ଯୁବକକୁ ଶନିବାର ଦିନ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

ଘଟଣାରୁ ପ୍ରକାଶ ଯେ, ପାରାଦୀପ ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧିନସ୍ଥ ଷଣ୍ଢକୁଦ ବସ୍ତିର ଗୋଲେଖ ବେହେରା ଓ ସରୋଜିନୀ ବେହେରାଙ୍କ ପୁଅ ବାପିର ସେହି ବସ୍ତିର କିଛି ଯୁବକଙ୍କ ସହିତ କ୍ଲବ୍ କୁ ନେଇ ପୂର୍ବରୁ ଗଣ୍ଡଗୋଳ ଥିଲା । ଶନିବାର ଦିନ ପ୍ରାୟ ସାଢେ ଦୁଇଟା ସମୟରେ ବସ୍ତିର ଲୋକନାଥ ମାଣିଆ,ଟିଟୁ ଦାସ,ଚିଂଟୁ ଦାସ,ସଂଗ୍ରାମ ଦାସ(ଇବୁଲ୍),ଅନୁପମ ପ୍ରଧାନ, ତୁଷାର ବେହେରା ପ୍ରମୁଖ ବାପିଙ୍କ ଘର ନିକଟରେ ପହଂଚି ଘରୁ ଡାକି ମରଣାନ୍ତକ ଆକ୍ରମଣ କରିଥିବା ନେଇ ଆହତ ବାପିଙ୍କର ମାଆ ସରୋଜିନୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସରୋଜିନୀଙ୍କୁ ମଧ୍ୟ ଅଭିଯୁକ୍ତମାନେ ଜାତିଆଣା ଆକ୍ଷେପ କରି ଗାଳିଗୁଲଜ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଆକ୍ରମଣରେ ଗରୁତର ବାପିଙ୍କୁ ପ୍ରଥମେ ପାରାଦୀପ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । ବସ୍ତି ମଧ୍ୟରେ ଏଭଳି ସଂଘବଦ୍ଧ ଆକ୍ରମଣ ଦେଖି ଲୋକମାନେ ଛାନିଆ ହୋଇ ପଡିଛନ୍ତି । ଆକ୍ରମଣ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *