Thursday , December 2 2021
Breaking News
Home / ନିର୍ବାଚନ / ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ – ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା ସଂରକ୍ଷିତ

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ – ପଛୁଆ ବର୍ଗଙ୍କ ପାଇଁ ରହିଛି ୪ ଜିଲ୍ଲା ସଂରକ୍ଷିତ

ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ଦ୍ୱାରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଚିଠା ବିଜ୍ଞପ୍ତିରେ ପଛୁଆ ବର୍ଗଙ୍କ ପାଇଁ ୪ ଜିଲ୍ଲା ସଂରକ୍ଷିତ ରଖାଯାଇଛି । ଏଗୁଡ଼ିକ ହେଲା ଅନୁଗୁଳ, କେନ୍ଦୁଝର, ଖୋର୍ଦ୍ଧା ଓ ଗଜପତି ।
ସେହିପରି ଅନୁସୂଚିତ ଜାତି ଓ ଜନଜାତି ପାଇଁ ୧୨ଟି ଜିଲ୍ଲାକୁ ଅଣସଂରକ୍ଷିତ ରଖାଯାଇଛି । ସେଗୁଡ଼ିକ ହେଲା କଳାହାଣ୍ଡି, ଝାରସୁଗୁଡ଼ା, ବୌଦ୍ଧ, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଗଂଜାମ, ଦେବଗଡ଼, ନୂଆପଡ଼ା ଓ ପୁରୀ ।
ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ତରଫରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୯୯୧ ମସିହା ଓଡିଶା ଜିଲ୍ଲା ପରିଷଦ ଅଧିନିୟମର ଧାରା ୮ ଅନ୍ତର୍ଗତ ଉପଧାରା ୩ରେ ଅର୍ପିତ କ୍ଷମତା ବଳରେ ଜିଲ୍ଲା ପରିଷଦମାନଙ୍କରେ ଅଧ୍ୟକ୍ଷ ପଦବିଗୁଡିକ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ ଓ ମହିଳାଙ୍କ ପାଇଁ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଯେଉଁ ପ୍ରସ୍ତାବ କରିଛନ୍ତି, ତାହାର ଏକ ଚିଠା ଉକ୍ତ ଧାରାର ଉପଧାରା ୫ ଅନୁସାରେ କରାଯାଇଛି । ତା ସହିତ ଆସନ୍ତା ୨୫ ତାରିଖ ସୁଦ୍ଧା ସର୍ବସାଧାରଣଙ୍କ ଏନେଇ ଅଭିଯୋଗ କିମ୍ବା ପରାମର୍ଶ କରିପାରିବେ । ଅଭିଯୋଗ ଓ ପରାମର୍ଶ ମିଳିବା ପରେ ଏହାକୁ ବିଚାରକୁ ନେଇ ଚିଠା ସଂରକ୍ଷଣ ପ୍ରସ୍ତାବ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ଗ୍ରହଣ କରାଯିବ । ଓଡ଼ିଶା ସମାଚାର

About admin

Check Also

ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀ

ତାରପୁର, ୦୧/୧୨/୨୦୨୧(ଓଡ଼ିଶା ସମାଚାର)- କିଶନନଗର ଥାନା ଅଧିନରେ ଥିବା ମାହାଳହାଟ ପୋଲିସ ଫାଣ୍ଡି ଅଂଚଳରେ ଘନ ଘନ ଚୋରୀକୁ ନେଇ …

Leave a Reply

Your email address will not be published. Required fields are marked *