କଟକ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- କଟକ ଜିଲ୍ଲା ଜଗତପୁର ନୂତନ ଶିଳ୍ପାଞ୍ଚକରେ ଥିବା ଏସ ଏସ ଏଣ୍ଟରପ୍ରାୟଜେସ , ମଙ୍ଗଲଦୀପ ଅଗର ବତୀ କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ । ସମ୍ପୂର୍ଣ୍ଣ ଗୋଦାମ ନିଆଁରେ କବଳିତ । ବର୍ତ୍ତମାନ ଅଗ୍ନିଶମ ବିଭାଗର ୨୫ ଟି ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଥିଲେ ମଧ୍ୟ ନିଆଁ ଆୟତ୍ତ କୁ ଆସିପାରିନାହିଁ । ସମ୍ପୂର୍ଣ୍ଣ କମ୍ପାନୀ କୁ ନିଆଁ ବ୍ୟାପି ସରିଛି । ଶହ ଶହ ସ୍ଥାନୀୟ ଲୋକ କେବଳ ଦେଖଣା ହାରି ସାଜିଛନ୍ତି । ଜଗତପୁର ଥାନା ପୋଲିସ ଅଧିକାରୀ ରବୀନ୍ଦ୍ର ନାଥ ମେହେର , ଯୋନ ୧ ଏସିପି ଅମରେନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି । ଲକ୍ଷାଧିକ ଟଙ୍କାର ଧୂପକାଠି , କେମିକାଲ ଓ ଯନ୍ତ୍ରାଂଶ ନିଆଁରେ ପୋଡ଼ି ପାଉଁଶ ହେବାରେ ଲାଗିଛି । ନିଆଁ କୁ ଆୟତ୍ତ କରିବା କାଠିକର ପାଠ ଲାଗୁଛି ।
କମ୍ପାନୀରେ କାର୍ୟ୍ୟରତ କର୍ମଚାରୀଙ୍କ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ସେମାନେ ଆଜି ଉକ୍ତ କମ୍ପାନୀରେ କାମ ସାରି ସନ୍ଧ୍ୟା ୪.୩୦ରେ କମ୍ପାନୀରୁ ବାହାରକୁ ଆସିଥିଲେ । ହଠାତ ପ୍ରାୟ ୫.ଟା ରେ କମ୍ପାନୀରେ ନିଆଁ ଲାଗିବା ଦେଖିବାକୁ ପାଇଥିଲେ । ରାତି ରେ କାର୍ୟ୍ୟ କରିବାକୁ ଆସିଥିବା କର୍ମଚାରୀ ମାନେ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ । ଏହି କମ୍ପାନୀରେ ୩ ସିଫ୍ଟ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ କର୍ମଚାରୀ କାମ କରୁଥିଲେ ବୋଲି କର୍ମଚାରୀ କହିଛନ୍ତି । ନିଆଁ ରେ ଲକ୍ଷାଧିକ ମୂଲ୍ୟ ର ଅଗର୍ବତୀ ,ମେସିନ ,ଆସବାପତ୍ର , ଓ ଯନ୍ତ୍ରପାତି ପୋଡି ପାଉଁସ ହେବାରେ ଲାଗିଛି । ଦମକଳ ବାହିନୀ ନିଆଁ ଆୟତ୍ତ କରିବାରେ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି । ଓଡ଼ିଶା ସମାଚାର