Monday , November 29 2021
Breaking News
Home / ସ୍ୱାସ୍ଥ୍ୟ / ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ – ୭୫ ଜଣ ଶିଶୁ ସଂକ୍ରମିତ – ୩ଜଣଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ – ୭୫ ଜଣ ଶିଶୁ ସଂକ୍ରମିତ – ୩ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୪୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୧୮୫ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୫ ଜଣ ଶିଶୁ ସଂକ୍ରମିତ ରହିଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୪ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, ଭଦ୍ରକ ଜିଲ୍ଲାରୁ ୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୩ଜଣ, କଟକ ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୭ଜଣ, ଯାଜପୁର ଜିଲ୍ଲାରୁ ୧୧ଜଣ, କଳାହାଣ୍ଡି ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୪୩ଜଣ, କୋରାପୁଟ ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୦ଜଣ, ନୟାଗଡ଼ ଜିଲ୍ଲାରୁ ୪ଜଣ, ପୁରୀ ଜିଲ୍ଲାରୁ ୧୩ଜଣ, ରାୟଗଡ଼ା ଜିଲ୍ଲାରୁ ୨ଜଣ, ସମ୍ବଲପୁର ଜିଲ୍ଲାରୁ ୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧ଜଣ, ଷ୍ଟେଟ ପୁଲ୍ ରୁ ୫୮ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୦୭୭ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ, ଜଗତସିଂହପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୫ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୫୦୭୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୨୧୭୪୨ଜଣ ସୁସ୍ଥ ହୋଇଛନ୍ତି । ୮୨୮୫ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୪୯୯୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୨୧୦୬୧୧୫୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଠାକୁରମୁଣ୍ଡା ଚମକପୁର ଆବାସିକା ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ଆକ୍ରାନ୍ତ

କରଞ୍ଜିଆ ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ପ୍ରଥମେ ଭିମସାର , ତାପରେ ସୁନ୍ଦରଗଡର ଏକ ଆବାସିକ ବାଳିକା ବିଦ୍ୟାଳୟ ପରେ ଏବେ ମୟୁରଭଞ୍ଜ …

Leave a Reply

Your email address will not be published. Required fields are marked *