Tuesday , June 6 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା କଲେଜର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା କଲେଜର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧୭/୧୦/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରି ସେବା ଯୋଜନାର ସ୍ୱେଛାସେବୀମାନଙ୍କୁ ବୃକ୍ଷର ଗୁରୁତ୍ୱ ଓ ଉପକାରିତା ସମ୍ପର୍କରେ ବୁଝାଇବା ସହିତ ଅଧିକରୁ ଅଧିକ ବୃକ୍ଷରୋପଣ ପାଇଁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ପ୍ରଫେସର ଗୋପାଲ ଚନ୍ଦ୍ର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ପରାମର୍ଶ ଦେଇଥିଲେ । ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ପ୍ରଫେସର ପ୍ରମୋଦ କୁମାର ବେହେରା, ଅଧ୍ୟାପିକା  ମିନତୀ କାଣ୍ଡି ସ୍ୱେଛାସେବୀମାନଙ୍କୁ ନେଇ କଲେଜ ପରିସରରେ ବିଭିନ୍ନ ଫୁଲ,ଫଳ ଓ ଔଷଧିୟ ବୃକ୍ଷର ଚାରା ରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ପଦ୍ମଜା କବି ଶତପଥୀ, ପ୍ରଦୀପ କୁମାର ରାଉତ, ପ୍ରଫେସର ରଞ୍ଜିତ କୁମାର ଦାସ, ଜ୍ଞାନୀନ୍ଦ୍ର ଦାଶ, ତପନ କୁମାର ପତି, ସୁଷମା ଶତପଥୀ, ରମାନାଥ ମହାନ୍ତିଙ୍କ ସମେତ ଜାତୀୟ ସେବା ଯୋଜନାର ସ୍ୱେଛାସେବୀମାନେ ଉପସ୍ଥିତ ଥିଲେ ।ଓଡ଼ିଶା ସମାଚାର

Leave a Reply

Your email address will not be published.