Tuesday , June 6 2023
Breaking News
Home / ବିଶେଷ / କିଡିନି ରୋଗରେ ପୀଡିତ ଜିତୁନ ଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିଲା ସହାୟତା

କିଡିନି ରୋଗରେ ପୀଡିତ ଜିତୁନ ଙ୍କ ସମ୍ପର୍କରେ ଖବର ପ୍ରସାରଣ ପରେ ପ୍ରଧାନ ମନ୍ତ୍ରୀ ରିଲିଫ ଫଣ୍ଡରୁ ମିଳିଲା ସହାୟତା

ନିଶ୍ଚିନ୍ତକୋଇଲି :୧୭/୧୦/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଅଛନ୍ତି ।ବର୍ତ୍ତମାନ ତାଙ୍କର ଦୁଇଟିଜାକ କିଡିନି ଖରାପ ହୋଇଯାଇଛି।ସେ ଏବେ ଆପୋଲୋ ହସ୍ପିଟାଲ ରେ ଚିକିତ୍ସା ଧୀନ ଅଛନ୍ତି।କିନ୍ତୁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଡ଼ କରିବା ତାଙ୍କର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ ସାଜିଛି ।ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ। ତାଙ୍କ ବାପା ଏବେ ବୟସ ର ଅପରାହ୍ନରେ ଉପନୀତ।ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଫ୍ୟାକ୍ଟ୍ରି କରି ପରିବାର ପ୍ରତିପୋଷଣ କରନ୍ତି।ମାତ୍ର ଜିତୁନ ଙ୍କ ଦେହଅସୁସ୍ଥ ହେବାରୁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ । ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା, ତାଙ୍କ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ. ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନ ଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି।ଜିତୁନ ଙ୍କ ଚିକିତ୍ସା ପାଇଁ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଡାକ୍ତର ମାନେ ପ୍ରକାଶ କରିଛନ୍ତି।ଯଦି ସରକାର,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟବ୍ୟକ୍ତି ଜିତୁନ ଙ୍କ ଚିକିତ୍ସା ପାଇଁ ସହଯୋଗ ର ହାତବଢାନ୍ତି ଗୋଟିଏ ଅମୂଲ୍ୟ ଜୀବନ ବଞ୍ଚିପାରନ୍ତା । ଏନେଇ କିଛିଦିନ ତଳେ ଓଡିଶା ସମାଚାର ଓ ଓଡିଶା ସମାଚାର ଲାଇଭ ରେ ଖବର ପ୍ରସାରଣ କରାଯାଇଥିଲା ।ଏ ସମ୍ପର୍କରେ ସ୍ଥାନୀୟ ସୁଦାମବତୀ ମଣ୍ଡଳ ବିଜେପି ସଭାପତି ଜିତେନ୍ଦ୍ର ବିଶ୍ୱାଳ କଟକ ସଦର ନେତା ଦିଲ୍ଲୀପ ମଲ୍ଲିକଙ୍କୁ ଅବଗତ କରାଇଥିଲେ ଓ ଶ୍ରୀ ମଲ୍ଲିକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜଣାଇବାପରେ ଜିତୁନ ଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ପ୍ରାଥମିକ ପର୍ୟ୍ୟାୟରେ ୩ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି । ଓଡିଶା ସମାଚାର

Leave a Reply

Your email address will not be published.