Saturday , August 20 2022
Breaking News
Home / କୃଷି / କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : କୋଟିଏ ଛୁଇଁଵା ଆଶଙ୍କା ସତ ହେଵିକୁ ଯାଉଛି

କନ୍ଦରପୁର ମିନି ବ୍ୟାଙ୍କ୍ ଅର୍ଥ ହଡପ ମାମଲା : କୋଟିଏ ଛୁଇଁଵା ଆଶଙ୍କା ସତ ହେଵିକୁ ଯାଉଛି

କଟକ ସଦର(,୧୭/୧୦/୨୦୨୧(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଓ କନ୍ଦରପୁର କୃଷକ ସେଵା ସମଵାୟ ସମିତି ପରିଚାଳିତ କନ୍ଦରପୁର ମିନି ବ୍ୟାଙ୍କ୍ ରେ ହଡପ ଅର୍ଥ କୋଟିଏ ଛୁଇଁଵା ‘ଓଡିଶା ସମାଚାର’ ର ପୂର୍ବାନୁମାନ ଵାସ୍ତଵରେ ସତ ହେଵାକୁ ଯାଉଛି।ଏଵେ ସୁଦ୍ଧା ୧୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଙ୍କ ୬୮ ଲକ୍ଷ ଟଙ୍କା ହଡପ ହୋଇଥିବା ଅନୁସନ୍ଧାନ ରୁ ଜଣାପଡିଥିଲା ଵେଳେ ତାହା ପ୍ରତିଦିନ ପୁଣି ଵଢି ଵଢି ଚାଲିଛି।ଏଥିରୁ ତାହା କୋଟିଏ ଛୁଇଁ ଵା ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ହଡପକାରୀ କ୍ୟାସିୟର ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଥିଵା ଵେଳେ ପୋଲିସ୍ ପକ୍ଷରୁ ତଦନ୍ତ ର ଅଗ୍ରଗତି ସେତେଟା ହେଉ ନଥିବା ଅଭିଯୋଗ ହେଉଛି। ସେଥିରେ କ୍ଷତିଗ୍ରସ୍ତ ଜମାକାରୀ ସେମାନଙ୍କ ର ଜମା ଟଙ୍କା ଫେରସ୍ତ ପାଇବାକୁ ନେଇ ଆଶା ଓ ଆଶଙ୍କା ଭିତରେ ରହିଥିବା ଜଣାପଡିଛି।ଓଡ଼ିଶା ସମାଚାର

About admin

Check Also

ଚିତ୍ରୋତ୍ପଳା କୃଷକ ଉତ୍ପାଦିକା ସଂଘ ର ପରିଚାଳନା କମିଟି ବୈଠକ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ର କୃଷି ଓ କୃଷକ ର ଉନ୍ନତି ପାଇଁ ଓଡ଼ିଶା ର ଅଗ୍ରଣୀ ସ୍ୱେଛାସେବୀ …

Leave a Reply

Your email address will not be published.