Saturday , August 20 2022
Breaking News
Home / ବିଶେଷ / କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

କଂସାରୀ ପାଟିଆ ରାସ୍ତାକଡ ଗଦା ଗଦା ଅଳିଆ 

ରାସ୍ତାରେ ଯିବାଆସିବା ରେ ଅତିଷ୍ଠହେଲେଣୀ ଲୋକ

ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଷଣ୍ଢକୁଦ ବସ୍ତି ଠାରୁ ଅନତି ଦୂରରେ ରହିଛି କଂସାରୀ ପାଟିଆ । ପାରାଦୀପ ସହରକୁ ଢିଙ୍କିଆ, ନୂଆଗାଁ, ମାହାଳ, ଅଭୟଚାନ୍ଦପୁର ଆଦି ଗାଁରୁ କର୍ମ ସଂସ୍ଥାନ ନିମନ୍ତେ ଲୋକମାନେ ଦୈନିକ ବନ୍ଦର ସହର ଆସିଥାନ୍ତି । ପାରାଦୀପ ରିଫାଇନାରୀର ସାଉଥ ଗେଟ୍ ନିକଟରେ ରହିଛି ଏହି କଂସାରୀ ପାଟିଆ । ଏକଦା ଏହାରି ନିକଟରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ମୃତ ଦେହ ଏହି କଂସାରୀ ପାଟିଆ ନଈକୂଳ ରେ ପାରାଦୀପ ପୌରପାଳିକା ଦାହ ସଂସ୍କାର କରିବାରୁ  ଏହି ରାସ୍ତା ଦେଇ ଯାତାୟତ କରୁଥିବା ଢିଙ୍କିଆ, ନୂଆଗାଁ, ମାହାଳ, ଅଭୟଚାନ୍ଦପୁରର ଲୋକମାନେ ପ୍ରବଳ ବିରୋଧ କରିଥିଲେ । ପୌରପାଳିକା ଏହି ରାସ୍ତା କଡରେ ସହରରୁ ବାହାରୁଥିବା ଅଳିଆ ପକେଇବାରୁ ପବନରେ ଅଳିଆ, ପଲିଥିନ୍ ଏଣେ ତେଣେ ଉଡୁଥିଲା । ଏହାକୁ ମଧ୍ୟ ବିରୋଧ କରିଥିଲେ ସ୍ଥାନୀୟ ଲୋକମାନେ । କିଛି ଦିନ ଏହା ବନ୍ଦ ରହିବା ପରେ ଏବେ ପୁଣି କଂସାରୀ ପାଟିଆ ରାସ୍ତା କଡରେ ପୁଣି ଗଦା ହେଉଛି କୂଢ କୂଢ ଅଳିଆ । କିଛି ଲୋକ ଏହି ରାସ୍ତାକଡରେ ଚୁଙ୍ଗୁଡି ମାଛ ପରିଷ୍କାର କରୁଛନ୍ତି । ଚୁଙ୍ଗୁଡି ମାଛର ମୁଣ୍ଡ ରାସ୍ତାକଡରେ ଶୁଖାଇ ଏହାକୁ କୁକୁଡା ଦାନା ପ୍ରସ୍ତୁତକାରୀ ସଂସ୍ଥାକୁ ବିକ୍ରି କରୁଛନ୍ତି । ଚୁଙ୍ଗୁଡି ମୁଣ୍ଡ ରାସ୍ତା କଡରେ ଶୁଖାହେବା ଯୋଗୁଁ ତାର ପଚା ଗନ୍ଧରେ ଲୋକମାନେ ଯିବା ଆସିବା କରିବା ବେଳେ ନାକ ରେ ରୁମାଲ ଦେଇ ଯାଆ ଆସ କରିଛନ୍ତି । ଏପଟେ ପଚା ଚୁଙ୍ଗୁଡି ଗନ୍ଧ ସେ ପଟେ ଅଳିଆ ଉଡୁଛି । ଲୋକମାନେ ଭଗବାନଙ୍କ ଭରସାରେ ଯାଆ ଆସ କରୁଛନ୍ତି । ସରକାର କି ପ୍ରଶାସନ କେହି ହେଲେବି ଲୋକଙ୍କ ମୌଳିକ ସମସ୍ୟା ପ୍ରତି ଗୁରତୁତ୍ୱ ଦେଉନାହାନ୍ତି । କଂସାରୀ ପାଟିଆ ନଈ ପୌରପାଳିକାର ଅଳିଆ ଓ ଚୁଙ୍ଗୁଡି ମୁଣ୍ଡ ବ୍ୟବସାୟୀଙ୍କ ଯୋଗୁଁ ପ୍ରତିଦିନ ପ୍ରଦୂଷିତ ହେଉଛି । ନଈ ପ୍ରଦୂଷିତ ହେବା ଯୋଗୁଁ ମାଛ ବଂଶ ବଢିବାରେ ପ୍ରଭାବିତ ହେଉଛି ବୋଲି ପାରମ୍ପାରିକ ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଏହାର ପ୍ରଭାବରେ ନିକଟସ୍ଥ ଷଣ୍ଢକୁଦ ବସ୍ତି ବାସିନ୍ଦାମାନେ ପ୍ରଭାବିତ ହେଉଛନ୍ତି । ଅଳିଆ ପବନରେ ଉଡି ଷଣ୍ଢକୁଦ ବସ୍ତି ପର୍ଯ୍ୟନ୍ତ ଯାଉଛି ଏଥି ସହିତ ଦକ୍ଷିଣା ପବନରେ ପଚା ଚୁଙ୍ଗୁଡି ମୁଣ୍ଡ ଗନ୍ଧ ରେ ଲୋକେ ଅତିଷ୍ଠ ହୋଇ ପଡିଲେଣି । ଉଭୟେ ଜଳ ଓ ବାୟୁ ପ୍ରଦୂଷିତ ହେଉଥିବା ବେଳେ ପାରାଦୀପ ଠାରେ ଥିବା ଆଂଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଣ କରୁଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ପ୍ରଶ୍ନ କରିଛନ୍ତି । କିଛି ବ୍ୟବସାୟୀଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସେମାନେ ଅଭିଯୋଗ କରିଛନ୍ତି । ଷଣ୍ଢକୁଦ ବସ୍ତିର ଗାଈଗୋରୁ ଚରିବା ପାଇଁ କଂସାରୀ ପାଟିଆ ନଈକୂଳକୁ ଯାଇଥାନ୍ତି । ଗାଈଗୋରୁଙ୍କ ଚରିବା ଯାଗାରେ କୂଢ କୂଢ ଅଳିଆ ଓ ପଲିଥିନ ସମେତ ଚୁଙ୍ଗୁଡି ମୁଣ୍ଡ ଗଦା ହୋଇ ରହିଛି । ଚରିବାକୁ ଯାଉଥିବା ଗୋରୁମାନେ ଘାସ ନପାଇ ସେଇଠି ଠିଆ ହୋଇ ହୋଇ ଖାଦ୍ୟ ନପାଇ ଏଣେ ତେଣେ ବୁଲୁଥିବା ଏବଂ ସେଠାକାର ଦୂଷିତ ପାଣି ପିଉଥିବାର ଦେଖିବାକୁ ମିଳୁଛି । ପ୍ରଶାସନ ଏଦିଗ ରେ ତୁରନ୍ତ ପଦକ୍ଷେପ ନେଇ ଏଠାରୁ ଅଳିଆ ଓ ଚୁଙ୍ଗୁଡି ମୁଣ୍ଡ ପକାଇବା ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର

About admin

Check Also

ପ୍ରହରାଜପୁର ହତ୍ୟା ମାମଲା: ୫ ଘଣ୍ଟା ପରେ ଅଭିଯୁକ୍ତ ଥିଵା ପୋଲିସ୍ ଗାଡିକୁ ଲୋକେ ସର୍ତ୍ତରେ ଛାଡିଲେ

କଟକ ସଦର,୧୯/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ପୋଲିସ୍ ପକ୍ଷରୁ ପ୍ରହରାଜପୁରର ଅଟୋ ଚାଳକ ଅଵୁଦୁଲ କାଦରଙ୍କର ହତ୍ୟାକାରୀ ଖଣ୍ଡିସଚିନ୍ …

Leave a Reply

Your email address will not be published.