Tuesday , October 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଇତିହାସ ରଚିଲା ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର – ବୃହତ ବନ୍ଦର ଇତିହାସରେ ସମୁଦ୍ରରେ ଜାହାଜରୁ ଜାହାଜକୁ ଏଲପିଜି ସ୍ଥାନାନ୍ତର

ଇତିହାସ ରଚିଲା ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର – ବୃହତ ବନ୍ଦର ଇତିହାସରେ ସମୁଦ୍ରରେ ଜାହାଜରୁ ଜାହାଜକୁ ଏଲପିଜି ସ୍ଥାନାନ୍ତର

ପାରାଦୀପ ୧୭/୧୦/୨୦୨୧(ଓଡ଼ିଶା ସମାଚାର)-ଶ୍ୟାମାପ୍ରସାଦ ମୁର୍ଖାଜୀ ବନ୍ଦର (କୋଲକତା ବନ୍ଦର)ର ଅଂଶ ବିଶେଷ ହଲଦିଆ ଡକ୍ କମ୍ପ୍ଲେକ୍ସ ଏଲପିଜିର ସମୁଦ୍ର ମଧ୍ୟରେ ଜାଜାଜରୁ ଜାହାଜକୁ ସ୍ଥାନାନ୍ତର କରିବା ପାଇଁ ବହି ଶୁଳ୍କ ବିଭାଗକୁ ଅନୁରୋଧ କରିଥିଲେ । ଏଥି ପାଇଁ ଏପ୍ରିଲ୍ ୨୬ ତାରିଖରେ ବିଧିବଦ୍ଧ ଅନୁମତି ମିଳିଥିଲା । ଏହି ପଦକ୍ଷେପର ପରିଣାମ ସ୍ୱରୂପ ଭାରତୀୟ ଉପକୂଳରେ ଏଲପିଜିର ପ୍ରଥମ ଜାହାକୁ ସ୍ଥାନାନ୍ତରଣ ପ୍ରକ୍ରିୟା ଗତ ୧୫ତାରିଖରେ ବିପିସିଏଲ୍ ଦ୍ୱାରା ସଂପାଦନ କରାଯାଇଥିଲା । ଏମ୍ଟି ୟୁସାନ୍ ପାର୍ଶଲ୍ ଜାହାଜର ୪୪ହଜାର ୫୫୧ ଏମଟି ପଣ୍ୟ ମଧ୍ୟରୁ କ୍ଷୁଦ୍ର ଜାହାଜରୁ ଜାହାଜଜ ଏମଟି ହାମ୍ପସାୟାରକୁ ସ୍ୟାଣ୍ଡହେଡ୍ ୨୩.୦୫୧ଏମଟି ପଣ୍ୟ ସ୍ଥାନାନ୍ତର ହୋଇଥିଲା । ଏଥିପାଇଁ ମାତ୍ର ୧୭ଘଂଟା ସମୟ ଲାଗିଥିଲା । ଏହି ପ୍ରକ୍ରିୟାର ସଫଳତା ଦେଶର ସର୍ବପୂରାତନ ନଦୀ ଭିତିକ ବନ୍ଦର ପାଇଁ ବାଣିଜ୍ୟର ନୂତନ ସୁଯୋଗ ସୃଷ୍ଟି କରିଛି । ଭାରତୀୟ ଉପକୂଳରେ ହେଉଥିବା ଏଲପିଜି ଆମଦାନୀ ପରିଚାଳନାରେ ନୂତନ ଯୁଗାନ୍ତକାରୀ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *