Sunday , November 28 2021
Home / କୃଷି / ଆଗେ ଵୁଣୁ ପଛେ ଵୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ’ :  କଟକ ସଦର ଅଞ୍ଚଳରେ ଗର୍ଭଣା ସଂକ୍ରାନ୍ତି

ଆଗେ ଵୁଣୁ ପଛେ ଵୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ’ :  କଟକ ସଦର ଅଞ୍ଚଳରେ ଗର୍ଭଣା ସଂକ୍ରାନ୍ତି

କଟକ ସଦର, ୧୭/୧୦/୨୦୨୧(ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):ଓଡିଶାର ପର୍ବପର୍ବାଣୀ ଗୁଡ଼ିକ ମଧ୍ୟରେ ସାଧାରଣତଃ ଋତୁ, ଧର୍ମ ଓ ସାମାଜିକ ଭିତ୍ତିରେ ଅନେକ ପର୍ଵ ପାଳନ କରାଯାଇଥାଏ। ସେଥିରେ ଅନେକ ପର୍ଵ ହେଉଛି କୃଷି ସମ୍ପର୍କିତ।ଯେମିତି ଚାଷ କାର୍ଯ୍ୟ ଆରମ୍ଭରୁ ଅକ୍ଷୟ ତୃତୀୟା,ରଜ ସଂକ୍ରାନ୍ତି ଓ ଗର୍ଭଣା ସଂକ୍ରାନ୍ତି କୁ ପର୍ଵ ଭାଵେ କଟକ ସଦର କୃଷିଭିତ୍ତିକ ଅଞ୍ଚଳ କନ୍ଦରପୁର,୪୨ ମୈ।ଜା,କିଶନନଗର, ନେମାଳ, ଵିଲହାଟ ସ୍ଥାନରେ ପାଳନ କରାଯାଇଥାଏ।ଏହି ପରିପ୍ରେକ୍ଷୀରେ ଆଜି ରଵିଵାର ଏହି ଗର୍ଭଣା ସଂକ୍ରାନ୍ତି କୁ ସଵୁ ସ୍ଥାନରେ ପାଳନ କରାଯାଇଛି।ଏହି ଗର୍ଭଣା ସଂକ୍ରାନ୍ତି ଵେଳକୁ ଧାନ ଗଛର ଗର୍ଭରେ ଧାନ ଗର୍ଭଧାରଣ କରିଥାଏ। ଏଥିପାଇଁ ଏହିଦିନ ଗର୍ଭଣା ଗଛର ଡାଳକୁ ପୂଜା କରି ଧାନ କ୍ଷେତରେ ପୋତିଲେ ଧାନ କେଣ୍ଡା ସହଜରେ ବାହାରି ଅଧିକ ଫସଲ ଦେଵାର ପ୍ରଵାଦ ରହିଛି।ଗୃହକର୍ତା ତଥା କୃଷକ ସ୍ନାନାଦି ସାରି ଗର୍ଭଣା ଗଛର ଡାଳକୁ ବିଧିବଦ୍ଧ ପୂଜା କରିବା ପରେ ଧାନ କ୍ଷେତକୁ ଯାଇ ପୋତି ଭଲ ଫସଲ ପାଇଁ ପ୍ରାର୍ଥନା କରନ୍ତି। ଏଥିପାଇଁ ଗର୍ଭଣା ସଂକ୍ରାନ୍ତି ଉପରେ ଏକ କୃଷି ଵଚନ ଅଛି – ‘ଆଗେ ଵୁଣୁ ପଛେ ଵୁଣୁ, ଗର୍ଭଣା କୁ ଟୁଣୁ ଟୁଣୁ’। ଓଡ଼ିଶା ସମାଚାର

About admin

Check Also

ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀଙ୍କ ବନ୍ଧୁ ମିଳନ

କେନ୍ଦ୍ରାପଡ଼ା, ୨୮/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋସ୍ଥିତ ପଥରକଣୀ ମନ୍ଦିର ପରିସରରେ ଶନିବାର କେନ୍ଦ୍ରାପଡାର ସ୍ୱାଭିମାନି, ସଂଗ୍ରାମୀ ଓ ସମାଜସେବୀମାନଙ୍କର …

Leave a Reply

Your email address will not be published. Required fields are marked *