Tuesday , May 30 2023
Breaking News
Home / ବିଶେଷ / ଯୁବ ବ୍ୟବସାୟୀ ଲିଟୁ ନିଖୋଜ – ଦୁଇଦିନ ପରେ ବି ପୋଲିସ ହାତ ଖାଲି

ଯୁବ ବ୍ୟବସାୟୀ ଲିଟୁ ନିଖୋଜ – ଦୁଇଦିନ ପରେ ବି ପୋଲିସ ହାତ ଖାଲି

ପାରାଦୀପ ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା ଯୁବ କବାଡି ବ୍ୟବସାୟୀ ବିଶ୍ୱଭୁଷଣ ରାଉତରାୟ(ଲିଟୁ) ଶୁକ୍ରବାର ସକାଳୁ ନିଖୋଜ ହେବା ଘଟଣା ସମଗ୍ର ପାରାଦୀପ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଯୁବ ବ୍ୟବସାୟୀ ଲିଟୁ ପାରାଦୀପ ସମେତ ବିଭିନ୍ନ ଶିଳ୍ପସଂସ୍ଥାର ପୁରୁଣା ସାମଗ୍ରୀର କିଣାବିକା କବାଡିଆ ବ୍ୟବସାୟ କରୁଥିଲେ । ପାରାଦୀପ କଟକ ରାଜ୍ୟ ରାଜପଥର ଦୋଛକି ପାରାଦୀପଗଡ ମଝିରେ ତାଙ୍କର ଗୋଦାମ ରହିଛି । ଲିଟୁ ଓ ତାଙ୍କର ଦୁଇ ବନ୍ଧୁ ମିଳିତ ଭାବେ ଏହି ବ୍ୟବସାୟରେ ସାମିଲ ଅଛନ୍ତି । ବିଭିନ୍ନ ଶିଳ୍ପସଂସ୍ଥାରେ କାର, ବସ୍ ଆଦି ଭଡାରେ ଲଗାଇବା ସହିତ ଠିକାଦାରୀ ମଧ୍ୟ କରନ୍ତି । ଶୁକ୍ରବାର ଦିନ ନିଜ ଘର ନିକଟରେ କାର ଭିତରେ ମୋବାଇଲ ରଖି ନିଖୋଜ ହୋଇ ଯାଇଥିବା ନେଇ ଲିଟୁଙ୍କ ବାପା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେ ପାରାଦୀପ ଲକ୍ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ପାରାଦୀପର ଏଏସପି ନିମାଇଁ ଚରଣ ସେଠୀଙ୍କ ସମେତ ଲକ୍ ଥାନା ପୋଲିସ ଳିଟୁଙ୍କ ସମ୍ପର୍କରେ ଅନୁସନ୍ଧାନ ଜାରୀ ରଖିଛନ୍ତି । ପାରାଦୀପ ସମେତ କଟକରେ ତାଙ୍କର ବିରାଟ ବ୍ୟବସାୟୀକ ସାମ୍ରାଜ୍ୟ ରହିଛି । ଶିଲ୍ପ ସଂସ୍ଥାର ଅଧିକାରୀ ମାନଙ୍କୁ ହାତେଇ ଅନାୟସରେ ସେ ବ୍ୟବସାୟୀକ ସାମ୍ରାଜ୍ୟ ବଢାଇବାରେ ସକ୍ଷମ ହୋଇ ପାରିଛନ୍ତି । ତାଙ୍କର ନିଖୋଜ ବା ଅପହରଣ ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଥିବାବେଳେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ନାନା କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ଯାହା ଆଜି ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଓଡ଼ିଶା ସମାଚାର

 

Leave a Reply

Your email address will not be published.