ମାହାଙ୍ଗା,୧୬/୧୦/୨୦୨୧(ଓଡିଶା ସମାଚାର /ଅଭୟ ଜେନା)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୬ ତମ ଜନ୍ମଦିନରେ ଜୀବନବିନ୍ଦୁ କାର୍ୟ୍ୟକ୍ରମ ମାହାଙ୍ଗା ବ୍ଲକ ବିଯୁଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା । ସ୍ଥାନୀୟ ବିଧାୟକ ତଥା ଆଇନ ପାନୀୟଜଳ ଯୋଗାଣ , ପଞ୍ଚାୟତରାଜ ଏବଂ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆହ୍ୱାନ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଶହଶହ ସଂଖ୍ୟାରେ ବିଜୁ ଅନୁଗତ ଏହି ଜୀବନବିନ୍ଦୁ କାର୍ୟ୍ୟକ୍ରମରେ ଯୋଡ଼ିହେବା ଦେଖିବାକୁ ମିଳିଥିଲା । ଜୀବନବିନ୍ଦୁ କାର୍ୟ୍ୟକ୍ରମକୁ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ଶରତ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଜୀବନ ବିନ୍ଦୁ ମୋ ପରିବାର ରାଜ୍ୟ ସଂଯୋଜକ ରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ ।
ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ବ୍ଲକ ଉପାଧ୍ୟକ୍ଷା ରସିଦା ବେଗମ,ଆଇନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର,ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ମହିଳା ବିଜେଡି ସଭାପତି ସୁସ୍ମିତା ଦାସ, ଛାତ୍ର ବିଜେଡି ସଭାପତି ତ୍ରିନାଥ ଜେନା, ସରପଞ୍ଚ ଭବାନୀ ସାମଲ,ପ୍ରମୁଖ ଏହି ଜୀବନବିନ୍ଦୁ ଅଭିଯାନର ନେତୃତ୍ୱ ନେବା ଦେଖିବାକୁ ମିଳିଥିଲା । ବ୍ଲକ ଅଂଚଳର ସମସ୍ତ ୩୭ ଟି ଗ୍ରାମ ପଞ୍ଚାୟତରୁ ଆଜି ୪୯୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏସସିବିର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ୟୁନିଟ ପକ୍ଷରୁ ଡାକ୍ତର ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ଡାକ୍ତରୀ ଦଳ ଆଜି ମାହାଙ୍ଗାରେ ପହଂଚି ରକ୍ତ ସଂଗ୍ରହ କରିଥିଲେ । ଓଡ଼ିଶା ସମାଚାର