ଗରଦପୁର ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତ ବାସୁଦେବପୁର ଗ୍ରାମର ଜଣେ ସମାଜସେବୀ, ମାନବ ପ୍ରେମୀ ମହିୟସୀ ମହିଳା ସଂଯୁକ୍ତା ସ୍ୱାଇଁଙ୍କ ଏକାଦଶାହ ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସଂଯୁକ୍ତା ଦେବୀ ଏକାଧାରରେ ଜଣେ ସମାଜସେବୀ, ଧର୍ମପରାୟଣା, ମାନବ ପ୍ରେମୀ , ସ୍ନେହୀ ମହିଳା ଭାବରେ ସୁପରିଚିତ ଥିଲେ । ହରିହର କ୍ଷେତ୍ର ମାହାଳସ୍ଥିତ ଜଗନ୍ନାଥ ମନ୍ଦିର ଚେତନା ସଂଘ ର ସଭାପତି ମଥୁରାନନ୍ଦ ଙ୍କ ସହ ମିଶି ପତ୍ନୀ ସଂଯୁକ୍ତ ମନ୍ଦିର ପ୍ରତିଷ୍ଠା ରେ ଅକୁଣ୍ଠ ସାହାଯ୍ୟ ସହଯୋଗ କରିଥିଲେ । ଜଣେ ମାନବ ପ୍ରେମୀ ଭାବରେ ଅବହେଳିତ ବର୍ଗର ଜନସାଧାରଣଙ୍କୁ ସାହାଯ୍ୟ କରିବା ସହିତ ଅନାଥ ଝିଅଙ୍କୁ ବିବାହ ଦେବା ଓ ଗରୀବ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ସହାୟତା ରାଶି ପ୍ରଦାନ କରି ବେଶ୍ ସୁନାମ ଅର୍ଜନ କରିଥିଲେ । ଏହାଛଡ଼ା ବୃକ୍ଷ ରୋପଣ ସହ ଅଂଚଳର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ , ଧାର୍ମନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ସହିତ ସେ ଜଡ଼ିତ ରହିଥିଲେ ବୋଲି ଆଜି ସ୍କୃତି ଚାରଣ ସଭାରେ ମତ ପ୍ରକାଶ ପାଇଥିଲା । ପଲ୍ଲୀ ଜାଗରଣ ସମିତି ଦ୍ୱାରା ଆୟୋଜିତ ସ୍ମୃତି ଉତ୍ସବରେ ଅନୁଷ୍ଠାନର ସଭାପତି ମଦନ ମୋହନ ସାମଲ ଅଧ୍ୟକ୍ଷତା କରିଥିଲାବେଳେ ଅବସରପ୍ରାପ୍ତ ଯନ୍ତ୍ରୀ ବଂଶୀଧର ସାମଲ ଗୀତା ପାଠ କରିଥିଲେ । ସମିତିର ପ୍ରତିଷ୍ଠାତା ଅନାଦି ଚରଣ ରାଉତ ଙ୍କ ସମେତ ପୂର୍ବତନ ସରପଂଚ ନୃସିଂହ ଚରଣ ମହାନ୍ତି, ପ୍ରଜେଶ ନାୟକ, ନୀରଂଜନ ସ୍ୱାଇଁ, ଧୃବ ଚରଣ ଲେଙ୍କା, ମହନ୍ତ ଦିଲିପ କୁମାର ନାୟକ, ସାମ୍ବାଦିକ ସୁବାସ ସାମଲ, ଗୋଲଖ ବିହାରୀ ମଲ, ସୁରେନ୍ଦ୍ର ରଣା ଙ୍କ ବ୍ୟତିତ ଜ୍ୟେଷ୍ଠ ପୁତ୍ର ଇଂ ସନ୍ତୋଷ ସ୍ୱାଇଁ, ସରୋଜ ସ୍ୱାଇଁ, ସୁଶାନ୍ତ ସ୍ୱାଇଁ, ଜ୍ୱାଇଁ ଶ୍ରୀନିବାସ ସ୍ୱାଇଁ, ସୁଶାନ୍ତ କୁମାର ରାଉତ ,ପ୍ରଶାନ୍ତ କୁମାର ନାୟକ, ସନାତନ ବେହେରା ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସଂଯୁକ୍ତାଙ୍କ ସ୍ମୃତି ଚାରଣ କରିଥିଲେ । ଆଶୁ କବି ନରେଶ ଚନ୍ଦ୍ର ମହାନ୍ତି କବିତା ପାଠ କରିଥିଲେ । ଓଡ଼ିଶା ସମାଚାର