Monday , November 29 2021
Breaking News
Home / ବିଶେଷ / ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା ଓ ଦୁର୍ଗାମେଢ ଭସାଣି ଶେଷ

ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା ଓ ଦୁର୍ଗାମେଢ ଭସାଣି ଶେଷ

     କୋଭିଡ କଟକଣା ପାଇଁ ଫିକା ପଡିଲା ଦଶହରା, ଅପରାହ୍ନ ସୁଦ୍ଧା ଭସାଣି ଶେଷ

ଭୁୁବନ ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଯୋଗୁ ଚଳିତ ବର୍ଷ ଭୁବନରେ ପାରମ୍ପରିକ,ଐତିହାସିକ ବଳଦଯାତ୍ରା ସାଙ୍ଗକୁ ଦଶହରା ପର୍ବ ସଂପୂର୍ଣ୍ଣ ଫିକା ପଡିଯାଇଥିଲା । ବିଭିନ୍ନ ପୂଜା ମଣ୍ଡପରେ ଅଷ୍ଟମୀ ଓ ବିଜୟାଦଶମୀ ପୂଜାରେ ସ୍ୱଳ୍ପ ସଂଖ୍ୟକ ଭକ୍ତ ଙ୍କ ଉପସ୍ଥିତିରେ ପାଳନ କରାଯାଇଥିଲା । ପୋଲିସ ପ୍ରଶାସନର କଟକଣା ଯୋଗୁ ନବମୀ ଓ ଦଶମୀ ଦୁଇଦିନ ସମସ୍ତ ପୂଜା ମଣ୍ଡପକୁ ସଂପୂର୍ଣ୍ଣ ଘେରାଉ କରାଯାଇଥିଲା । ବିଧି ପରମ୍ପରା ରକ୍ଷା ପାଇଁ ଦଶହରା ବଳଦ ଯାତ୍ରାର ସ୍ରଷ୍ଟା ଥୋରିଆସମାଜ ଓ ସହଯୋଗୀ ବଣିଆସାହି ତରଫରୁ ତାଙ୍କ ବଳଦକୁ ସଜେଇ ଜଗନ୍ନାଥ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଥିଲେ । ଭୁବନ ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର,ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି,ବିଡିଓ ଆଶୀର୍ବାଦ ପରିଡା,ଏନଏସି ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ ଙ୍କ ସମେତ ଶାନ୍ତି କମିଟି ମୁଖ୍ୟ ବାସୁଦେବ ବେହେରା,ବରିଷ୍ଠ ସଭ୍ୟ ଦିଲ୍ଲୀପ କୁମାର ଦାସ ପ୍ରମୁଖ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ପରେ ବଳଦଯାତ୍ରାର ଶୁଭାରମ୍ଭ ହୋଇଥିଲା । ପରେ ଜଗନ୍ନାଥଙ୍କ ଚଳନ୍ତି ବିଗ୍ରହକୁ ସଙ୍ଗରେ ନେଇ ଦଶହରା ବଳଦ ଗ୍ରାମ ପରିକ୍ରମା କରାଯାଇଥିଲା ବେଳେ ବିଭିନ୍ନ ସାହିରେ ବଳଦଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ମେରୀ (ଶୁଭଖୁଣ୍ଟ) ମଧ୍ୟ ପୂଜା କରାଯାଇଥିଲା । ଚଳିତବର୍ଷ ଦଶହରା ଓ ବଳଦଯାତ୍ରା  ସଂପୂର୍ଣ୍ଣ ଫିକା ପଡିଯାଇଥିବା ବେଳେ ଆଜି ସକାଳ ୧୦ ଘଟିକାରୁ ଆରମ୍ଭ ହୋଇଥିଲା ନିରାଡମ୍ବର ଭସାଣି ଉତ୍ସବ । ପୋଲିସ କର୍ମଚାରୀଙ୍କ ତତ୍ୱାବଧାନରେ ଅପରାହ୍ନ ସୁଦ୍ଧା ସମସ୍ତ ମେଢ ଭସାଣି ଶେଷ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

ଗିରଫ ହୋଇ ଜେଲ ଯିବା ପରେବି କର୍ମଚାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉନି

କେନ୍ଦ୍ରାପଡ଼ା, ୨୯/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର କର୍ମଚାରୀ ମନୋଜ କୁମାର ରାଉତଙ୍କ ନାମରେ ପଟ୍ଟାମୁଣ୍ଡାଇ …

Leave a Reply

Your email address will not be published. Required fields are marked *