ବାଳିଚନ୍ଦ୍ରପୁର ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ଗତ ୧୨ ତାରିଖ ସନ୍ଧ୍ୟାରେ ବାଲିଚନ୍ଦ୍ରପୁର ବଜାରରୁ ଅପହୃତ ମା-ପୁଅ ଙ୍କୁ ଅଚେତ ଅବସ୍ଥାରେ ଛତିଶଗଡରୁ ଉଦ୍ଧର କରାଯାଇଛି । ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଶାସନ ଗ୍ରାମର ସରୋଜ କୁମାର ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ (୩୨) ଓ ତାଙ୍କ ପୁଅ ଅଂଶୁମାନ (୧୫) ଙ୍କୁ ଲଣ୍ଡିତ ମସ୍ତକ ସହିତ ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରୁ ଛତିଶଗଡ଼ ପୋଲିସ ଉଦ୍ଧାର କରିଛି । ବାଳିଚନ୍ଦ୍ରପୁର ବଜାରରୁ ୧୨ ତାରିଖ ସନ୍ଧ୍ୟାରେ ଏହି ମାଆ ପୁଅଙ୍କୁ କେହି ଅପହରଣ କରି ନେଇଥିବା ସ୍ପଷ୍ଟ ହୋଇଛି । ଛତିଶଗଡ଼ ପୋଲିସ ଠାରୁ ଖବର ପାଇ ବାଳିଚନ୍ଦ୍ରପୁର ଥାନା ପୋଲିସର ଏକ ଟିମ ସେଠାକୁ ଯାଇଥିବା ଜଣାଯାଇଛି । ତେବେ ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିବାରୁ ତାଙ୍କୁ ଉଦ୍ଧାର କରି ପୋଲିସ୍ ଛତିଶଗଡ଼ର ଏକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଛି ।
ସୂଚନା ଅନୁଯାୟୀ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ କୃଷ୍ଣପୁର ଶାସନ ଗ୍ରାମର ସରୋଜ କୁମାର ମିଶ୍ରଙ୍କ ଝିଅ ଶୁଭଲକ୍ଷ୍ମୀ ମିଶ୍ର ମଙ୍ଗରାଜପୁର ଗ୍ରାମରେ ବିବାହ କରିଥିଲେ। ୨୦୧୩ ମସିହାରେ ତାଙ୍କ ସ୍ୱାମୀଙ୍କର ଏକ ଦୂର୍ଘଟଣାରେ ମୁତ୍ୟୁ ଘଟିଥିବା ବେଳେ ପାରିବାରିକ ବିବାଦ ଯୋଗୁଁ ସେ ବାପ ଘରେ ରହି ଆସୁଥିଲେ। ଗତ ୧୨ତାରିଖ ରାତିରେ ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଣକା ପଂଚାୟତ କୃଷ୍ଣପୁର ଶାସନ ଗ୍ରାମର ସରୋଜ ମିଶ୍ରଙ୍କ ବିବାହିତା ଝିଅ ଶୁଭଲକ୍ଷ୍ମୀ ମିଶ୍ର ଓ ତାଙ୍କ ୧୫ ବର୍ଷର ପୁଅ ସ୍ଥାନୀୟ ବାଲିଚନ୍ଦ୍ରପୁର ବଜାରକୁ ଆସିଥିଲେ। ଏହା ପରେ ଗାଡି ସଜାଡିବାକୁ ଗ୍ୟାରେଜରେ ଦେଇ ବଜାରକୁ କିଣାକିଣି କରିବାକୁ ଯାଇଥିଲେ। ହେଲେ ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ଫେରିବାରୁ ଏ ନେଇ ମହିଳାଙ୍କ ବାପା ବହୁ ଖୋଜା ଖୋଜି ପରେ ଗ୍ୟାରେଜରେ ଗାଡି ଓ ମୋବାଇଲ ଥିବା ଜାଣି ବାକୁ ପାଇଥିଲେ। ପରେ ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମହିଳା ଓ ତାଙ୍କ ପୁଅକୁ ଛତିଶଗଡ଼ ପୋଲିସ ଉଦ୍ଧାର କରି ଏ ନେଇ ବାଲିଚନ୍ଦ୍ରପୁର ପୋଲିସକୁ ଜଣାଇ ଥିଲେ। ବାଲିଚନ୍ଦ୍ରପୁର ପୋଲିସର ଏକ ଟିମ ଛତିଶଗଡ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ପୋଲିସ ଠାରୁ ସୂଚନା ପାଇ ଛତିଶଗଡ଼ ଯାଇଛନ୍ତି।
ଉଦ୍ଧାର ହୋଇଥିବା ମା-ପୁଅଙ୍କୁ ଜମିବାଡ଼ି ବିବାଦରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଟିମ ଛତିଶଗଡ ଯାଇଛନ୍ତି। ମହିଳା ଓ ତାଙ୍କ ପୁଅକୁ ଆଣିବା ପରେ ପଚରା ଉଚରା ପରେ ହିଁ ପ୍ରକୁତ ଘଟଣା ଜଣା ପଡିବ ବୋଲି ବାଲିଚନ୍ଦ୍ରପୁର ଥାନା ଅଧିକାରୀ ବିଜୟିନୀ ମଲ କହିଛନ୍ତି । ଓଡ଼ିଶା ସମାଚାର
