Monday , December 6 2021
Breaking News
Home / ବିଶେଷ / ପଦ୍ମପୁର ରେ ଚୋରୀ

ପଦ୍ମପୁର ରେ ଚୋରୀ

ଗରଦପୁର , ୧୬/୧୦/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମର ଜୀବନାନନ୍ଦ ଚୌଧୁରୀ ଙ୍କ ଘରୁ ବିଳମ୍ବିତ ରାତିରେ ଚୋରୀ ହୋଇଛି । ଦୁର୍ବୃତମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ କରି ନେଇଛନ୍ତି । ସାଇଂଟିଫିକ୍ ଟିମ ଓ ପୋଲିସ କୁକୁର ଘଟଣାସ୍ଥଳ ଛାନ ଭିନ୍ କରି ଫେରିଯାଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ପଦ୍ମପୁର ଗ୍ରାମର ଜୀବନାନନ୍ଦ ଚୌଧୁରୀ ଗତ ୯ ତାରିଖ ବିଳମ୍ବିତ ରାତିରେ ପରିସ୍ରା ଲାଗି ବାହାରକୁ ଉଠିଥିଲେ । ଏହି ସମୟରେ ସେ ବିଜୁଳି ଆଲୁଅ ନଜଳାଇ ଘର ସମ୍ମୁଖ ଅନତି ଦୂରରେ ପରିସ୍ରା ଯାଇଥିବାବେଳେ ଅନ୍ଧାରର ସୁଯୋଗ ନେଇ ପୂର୍ବରୁ ଛକି ରହିଥିବା ଦୁର୍ବୃତ ତାଙ୍କ ଘର ଭିତରେ ପସି ଲୁଚି ରହିଥିଲେ । ଜୀବନାନନ୍ଦ ପରିସ୍ରା ଆସି କବାଟ ବନ୍ଦ କରି ନିଜ ବେଡ଼ ରୁମ କୁ ଯାଇ ଶୋଇପଡ଼ିଥିଲେ । ଘର ଭିତରେ ଲୁଚି ରହିଥିବା ଦୁର୍ବୃତ ଦାଣ୍ଡ କବାଟ ଖୋଲି ଅନ୍ୟ ଚୋର ମାନଙ୍କୁ ଘରେ ପ୍ରବେଶ କରାଇ ଘର ଭିତରୁ ଚୋରୀ କରିଥିଲେ । ଜୀବନାନନ୍ଦ ଙ୍କ ଦୁଇଟି କକ୍ଷରେ ଥିବା ଷ୍ଟିଲ ଆଲମିରା , ଟ୍ରଙ୍କ, ଆଟାଚି କୁ ତାଡ଼ି ସେଥିରେ ଥିବା ଏକ ହଳ ସୁନା କାନଫୁଲ , ୪ ପଟ ସୁନା ଶଂଖା, ୨ ଟି ସୁନା ମୁଦି ସମେତ ଟଙ୍କା ଲୁଟି ନେଇଥିଲେ । ଆଟାଚି ଓ ଟ୍ରଙ୍କ କୁ ଦୁର୍ବୃତମାନେ ଘର ଠାରୁ କିଛି ଦୂରରେ ଫିଙ୍ଗିଦେଇ ଯାଇଥିଲେ । ସେହିପରି ଘର ଠାରୁ କିଛି ଦୂରରେ ଏକ ପଟ ସୁନା ଶଂଖା ଖସିପଡ଼ିଥିବାର ଦେଖାଯାଇଥିଲା । ଜୀବନାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଟକୁରା ଥାନା ଆଇଆଇସି ସରୋଜକାନ୍ତ ସାହୁ ସାଇଂଟିଫିକ୍ ଟିମ ଓ ପୋଲିସ କୁକୁର ସହ ଘଟଣାସ୍ଥଳ ସ୍ଥଳରେ ପହଂଚି ତଦନ୍ତ କରିଥିଲେ । ସେହି ତଦନ୍ତ ଆଧାରରେ ଜଣଙ୍କୁ ଥାନାକୁ ଡ଼ାକି ପଚରା ଉଚୁରା କରି ଛାଡ଼ିଛନ୍ତି । ତଦନ୍ତ ଜାରି ରହିଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *